Explore

Search

January 19, 2025 2:39 am

Genres

ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନରେ ପ୍ରବାସୀଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି

pravasi bharatiya divas 2025

ଭୁବନେଶ୍ବର: ଅନ୍ତିମ ଦିନରେ ପହଞ୍ଚିଛି ପ୍ରବାସୀ ଭାରତୀୟ ସମ୍ମିଳନୀ ।  ଉଦଯାପନୀ ଉତ୍ସବରେ ସାମିଲ ହେବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ପ୍ରବାସୀ ଭାରତୀୟ ମାନଙ୍କୁ କରାଯିବ ସମ୍ମାନିତ । ରାଜଧାନୀରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି ପୂର୍ବାହ୍ନରେ ରାଜଭବନରୁ ସିଧାସଳଖ ଜନତା ମୈଦାନ ଅଭିମୁଖେ ଯାଇ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗଦେବେ। ଭାରତ ଓ ବିଦେଶରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରବାସୀ ଭାରତୀୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ। ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପୂର୍ବରୁ ନାମ ଘୋଷଣା କରାଯାଇଛି । ୮ ତାରିଖରୁ ଆରମ୍ଭ ହୋଇଥିବା ବିରାଟ ସମ୍ମିଳନୀକୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରବାସୀ ମାନଙ୍କୁ ସମ୍ବୋଧିତ କରିଥିବା ବେଳେ ଆଜି ରାଷ୍ଟ୍ରପତି ପ୍ରବାସୀ ମାନଙ୍କ ପାଇଁ ନିଜ ଅଭିଭାଷଣରେ ବକ୍ତବ୍ୟ ରଖିବେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score