Explore

Search

January 17, 2025 11:01 am

Genres

ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ପ୍ରମୁଖ ସହରରେ ହେବ ଐତିହ୍ଯ ପଦଯାତ୍ରା

tourism news today

ସମ୍ବଲପୁର/ପୁରୀ/କଟକ: ଆସନ୍ତା ଜାନୁୟାରୀ ମାସରେ କଟକ, ପୁରୀ ଓ ସମ୍ବଲପୁର ସହରରେ ଓଡ଼ିଶାର sa ସଂସ୍କୃତି ଓ ପର୍ଯ୍ୟଟନ ଏବଂ ପ୍ରାକୃତିକ ଉତ୍ସଗୁଡ଼ିକର ଲୋକାଭିମୁଖୀ କରିବା ପାଇଁ “ସିଟି ଟ୍ରେଲ୍” ଆରମ୍ଭ ହେବାକୁ ଯାଉଛି l

ଓଡିଶା ପର୍ଯ୍ୟଟନ ବିକାଶ ନିଗମ ଜାନୁଆରୀ ୨୦୨୫ରୁ କଟକ, ପୁରୀ ଏବଂ ସମ୍ବଲପୁରରେ କ୍ୟୁରେଟେଡ୍ ସିଟି ୱାକିଂ ଟ୍ରେଲ୍ ଆରମ୍ଭ କରିବାକୁ ଯାଉଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ସହରରେ ଥିବା ପ୍ରମୁଖ ସ୍ଥାନକୁ ଉଭୟ ପର୍ଯ୍ୟଟନ ଏବଂ ବାସିନ୍ଦାଙ୍କ ପାଇଁ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ପରିଚିତ କରାଇବା l ଏହି ଟ୍ରେଲଗୁଡିକ ସହରଗୁଡିକର ସମୃଦ୍ଧ ଇତିହାସ, ସାଂସ୍କୃତିକ,ଐତିହ୍ୟ ଏବଂ ପ୍ରାକୃତିକ ସମ୍ପଦକୁ ଆଲୋକିତ କରିବା l

ପ୍ରତ୍ୟେକ ସହରରେ ଥିମ୍ ଟ୍ରେଲ୍ ରହିବ ଯାହା ଯେପରିକି ସମ୍ବଲପୁରର ହୀରାକୁଦ ବନ୍ଧ, କଟକ ତାରକସୀ, ପୁରୀ ବେଳାଭୂମି ଏଥିସହିତ ସେହି ସହରମାନଙ୍କର ଆଞ୍ଚଳିକ ଖାଦ୍ୟ, ସଂସ୍କୃତିର ଅନନ୍ୟ ମହତ୍ତ୍ଵକୁ ପ୍ରତିପାଦନ କରିବା ସହ ସ୍ଥାନୀୟ କାହାଣୀ, ପରମ୍ପରା ବିଷୟରେ ଏକ ଗଭୀର ବୁଝାମଣା ପ୍ରଦାନ କରିବ l ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ପର୍ଯ୍ୟଟନ ମାସର ପ୍ରତ୍ୟେକ ଶେଷ ସପ୍ତାହର ଅନୁଷ୍ଠିତ ହେବ l ଓଟିଡିସି ଟ୍ରେଲଗୁଡିକର କାର୍ଯ୍ୟକାରିତା ପାଇଁ ଯୋଗ୍ୟ ଏଜେନ୍ସିଗୁଡିକରୁ ଏକ୍ସପ୍ରେସନ୍ସ ଅଫ୍ ଇଣ୍ଟର୍ସ ମାଧ୍ଯମରେ ଆମନ୍ତ୍ରଣ କରିଛି l ଆଗ୍ରହୀ ବ୍ୟକ୍ତିମାନେ ଓଟିଡିସି ଅଧିକାରୀଙ୍କ ପରାମର୍ଶରେ ସ୍ଥାନ ଅନୁସନ୍ଧାନ ଏବଂ ପ୍ରସ୍ତାବ ଉପରେ ଧ୍ୟାନ ଦେଇ ଡିସେମ୍ବର ୧୬ସୁଦ୍ଧା ସେମାନଙ୍କର ବିଡ୍ ଦାଖଲ କରିବା ସହ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଓଡିଶାରେ ପର୍ଯ୍ୟଟନ ଏବଂ ସାଂସ୍କୃତିକ ଯୋଗଦାନକୁ ଯଥେଷ୍ଟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score