Explore

Search
Close this search box.

Search

December 14, 2024 3:58 am

Genres

ଡିସେମ୍ବର ୧ରୁ ଆରମ୍ଭ ହେବ ଇକୋରିଟ୍ରିଟ୍, ହ୍ରାସ ହେଲା ଟିକେଟ ବୁକିଂ

eco retreat odisha

ଭୁବନେଶ୍ବର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ଇକୋରିଟ୍ରିଟ୍ । ଚଳିତ ବର୍ଷ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋରିଟ୍ରିଟ୍ ବୁକିଂ ମୂଲ୍ୟକୁ ହ୍ରାସ କରାଯାଇଛି । ବୁକିଂର ମୂଲ୍ୟ ସର୍ବନିମ୍ନ ୪ହଜାର ଟଙ୍କାରୁ ଆରମ୍ଭ ହୋଇ ୩୦ ହଜାର ପର୍ଯ୍ୟନ୍ତ ରହିଛି। ଚଳିତବର୍ଷ ୭ଟି ସ୍ଥାନରେ ଇକୋରିଟ୍ରିଟ କାର୍ଯ୍ୟକ୍ରମ କରାଯିବ l ଡିସେମ୍ବର ୧ରୁ ପତିସୋନାପୁର, କୋରାପୁଟ, ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ ଓ ଭିତରକନିକାରେ ଇକୋରିଟ୍ରିଟ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ୧୫ ତାରିଖଠାରୁ କୋଣାର୍କରେ ଇକୋରିଟ୍ରିଟ୍ ଆରମ୍ଭ ହେବ l

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ଓଡ଼ିଶାର ସଂସ୍କୃତି ଓ କାରୁକାର୍ଯ୍ୟକୁ ଆହୁରି ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ବୁକିଂ ମୂଲ୍ୟକୁ ହ୍ରାସ କରାଯାଇଛି ବୋଲି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ପ୍ରାକୃତିକ କଟେଜ ସହିତ ଜୈବ ବିବିଧତା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିବ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ଭ୍ରମଣ ସହିତ ମନୋରଞ୍ଜନ କରିବାର ଏହା ଏକ ନିଆରା ମାଧ୍ଯମ ପାଲଟିଛି। କୋଣାର୍କରେ ଗୋଟିଏ ରାତି ଓ ଦୁଇଦିନ ରହଣି ପାଇଁ ଡିଲକ୍ସ କଟେଜ ୫ହଜାର, ପ୍ରିମିୟମ କଟେଜ ୬ହଜାର, ରୟାଲ କଟେଜ ୧୨ ହଜାର ଓ ପ୍ରେସିଡେନ୍ସିଆଲ କଟେଜ ଦର ୨୨ ହଜାର ଟଙ୍କା ରହିଛି। ସାତକୋଶିଆ ପର୍ଯ୍ୟଟକଙ୍କ ପାଇଁ ଦୁଇଟି କଟେଜ ବ୍ୟବସ୍ଥା ରଖାଯାଇଛି। ଏଥିରେ ଡିଲକ୍ସ କଟେଜ ମୂଲ୍ୟ ୪ହଜାର ଓ ରୟାଲ କଟେଜ ୫ ହଜାର ଟଙ୍କା । ଭିତରକନିକାରେ ଡିଲକ୍ସ କଟେଜ ଦର ୪ହଜାର ଟଙ୍କା ରହିଛି। ସେହିପରି ହୀରାକୁଦରେ ପର୍ଯ୍ୟଟକଙ୍କ ପାଇଁ କେବଳ ପ୍ରିମିୟମ କଟେଜର ବ୍ୟବସ୍ଥା କରାଯାଇଛି, ଯାହାର ମୂଲ୍ୟ ୫ ଟଙ୍କା। ଦାରିଙ୍ଗବାଡ଼ିରେ ଡିଲକ୍ସ କଟେଜର ଦର ୪ ହଜାର ଓ ପ୍ରିମିୟମ ଦର ୫ ହଜାର ଟଙ୍କା ରହିଛି। ପତିସୋନାପୁରରେ ଡିଲକ୍ସ ଦର ୫ହଜାର ଓ ପ୍ରିମିୟମ ୫ ହଜାର ଟଙ୍କା ରହିଛି। କୋରାପୁଟ ଡିଲକ୍ସ କଟେଜ ଦର ୪ହଜାର ଓ ପ୍ରିମିୟମ କଟେଜ ୫ହଜାର ଟଙ୍କା ରହିଛି ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score