Explore

Search
Close this search box.

Search

December 14, 2024 3:59 am

Genres

ଝାଡ଼ଖଣ୍ଡରେ ଦ୍ଵିତୀୟ ଥର ସରକାର ଗଢ଼ିବ ଜେଏମଏମ, କାମକଲା କଳ୍ପନା ଙ୍କ ରଣନୀତି

Jharkhand Election Result

ରାଞ୍ଚି: ଝାଡ଼ଖଣ୍ଡରେ ଦ୍ଵିତୀୟ ଥର ନିର୍ବାଚନ ଜିଣି ଇତିହାସ ରଚିଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା। ପ୍ରଥମ ଥର ପାଇଁ ଝାଡ଼ଖଣ୍ଡରେ ଗୋଟେ ସରକାରକୁ ମିଳିଛି ଲଗାତାର ଦ୍ବିତୀୟଥର ସୁଯୋଗ। ବିପୁଳ ବିଜୟ ହାସଲ କରିଛି କଂଗ୍ରେସ ମେଣ୍ଟ l ସେ ଅନୁପ୍ରବେଶକାରୀ ପ୍ରସଙ୍ଗ ହେଉ କି ଗୋଗୋ ଦିଦି ଯୋଜନା ଯାହା ସରଳ ଆଦିବାସୀଙ୍କ ମନ ଜିଣିପାରି ନାହିଁ। ଏମିତି କି ଚମ୍ପାଇ ସୋରେନ ଫ୍ୟାକ୍ଟର ମଧ୍ୟ ଫେଲ୍ ମାରିଛି । ଇଣ୍ଡିଆ ମେଣ୍ଟ ପ୍ରାୟ ୬୦ ଆସନରେ ଜିତିବା ନେଇ ପୂର୍ବରୁ ଆକଳନ କରାଯାଉଥିଲା। ଏମିତି କି କିଏ କେଉଁ ଆସନରେ ଜିତିବ ତାହାର ତାଲିକା ମଧ୍ୟ ରଖିଥିଲା ଜେଏମ୍‌ଏମ୍‌। ଆଉ ତାହା ସତ ପ୍ରମାଣିତ ହୋଇଛି। ଝାଡ଼ଖଣ୍ଡରେ ଓଲଟି ଯାଇଛି ଏକଜିଟ୍ ପୋଲ୍‌ । ପ୍ରଥମ ଥର ପାଇଁ କୌଣସି ଦଳ ରିପିଟ୍‌ ହେବାକୁ ଯାଉଛି। ଜବରଦସ୍ତ ବିଜୟ ପରେ ଝାଡ଼ଖଣ୍ଡବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମୁଖ୍ୟତଃ ରାଜ୍ଯରେ ମହିଳାଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । କଳ୍ପନାଙ୍କ ଦମଦାର ଭାଷଣ ଲୋକମାନଙ୍କ ମନକୁ ଛୁଇଁଥିଲା। ସୂଚନାନୁଯାୟୀ ଝାଡ଼ଖଣ୍ଡର ୮୧ ବିଧାନସଭା ଆସନ ମଧ୍ୟରୁ ୬୮ଟିରେ ମହିଳା ଭୋଟରଙ୍କ ମତଦାନ ହାର ଅଧିକ ରହିଛି ।ହେମନ୍ତ ସୋରେନଙ୍କ ବଡ଼ ବିଜୟ ପଛରେ ରହିଥିଲା ଆଦିବାସୀ ଭୋଟ୍‌ ଓ ପତ୍ନୀ କଳ୍ପନାଙ୍କ ମାନସ ସନ୍ତାନ “ମୈୟା ସମ୍ମାନ ଯୋଜନା” ହିଁ ଇଣ୍ଡିଆ ମେଣ୍ଟକୁ ଦେଇଛି ବଡ଼ ବିଜୟ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score