ଭୁବନେଶ୍ବର: ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ୧୭ତମ ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁ.ଏମ୍.ଆଇ) ସମ୍ମିଳନୀ ତଥା ଏକ୍ସପୋ ୨୦୨୪ରେ ଭୁବନେଶ୍ବର ସହରକୁ “ଶ୍ରେଷ୍ଠ ବ୍ୟବସ୍ଥିତ ଜନ ପରିବହନ ସହରର” ମାନ୍ୟତା ମିଳିଛି l ଏହି ଅବସରରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟ ମନ୍ତ୍ରୀ ମନୋହର ଲାଲଙ୍କ ଠାରୁ ଓଡ଼ିଶାର ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ l ଏଥିସହିତ ମାନ୍ୟବର ମନ୍ତ୍ରୀ ଏବଂ କ୍ରୁଟର ମ୍ୟାନେଜିଂ ଡାଇରେକ୍ଟର ଥିରୁମାଲା ନାୟକଙ୍କ ଉପସ୍ଥିତିରେ କ୍ରୁଟ ଓ ଓ.ଏନ୍.ଡି.ସି ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା l
ସୂଚନଯୋଗ୍ୟ ଯେ ଭୁବନେଶ୍ୱରରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଓ କମ ସମୟରେ ନିଜର ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବ ପାଇଁ କ୍ରୁଟ ପକ୍ଷରୁ ମୋ ବସ, ମୋ ସାଇକେଲ ୨୦୧୮ ମସିହାରୁ ପରିବହନ ସେବା ଯୋଗାଇଆସୁଛି l ଯାହା ବର୍ତ୍ତମାନ ସମୟରେ ଜନାଦୃତ ହେବା ସହିତ ଭୁବନେଶ୍ଵରବାସୀଙ୍କ ପାଇଁ ସର୍ବୋତ୍ତମ ପରିବହନର ମାଧ୍ୟମ ସାଜିଛି l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |