Explore

Search

November 19, 2025 1:53 am

ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା:ବାଜି ମାରିଲା ମାଲାୟଲାମ ଚଳଚ୍ଚିତ୍ର ‘ଆଟ୍ଟମ’

AATTAM Movie

ଆସିଯାଇଛି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ର ଘୋଷଣା , ଦେଶର ସବୁଠାରୁ ସମ୍ମାନଜନକ ସିନେମା ପୁରସ୍କାର ଭାବେ ଜଣାଶୁଣା ଏହି ଉତ୍ସବ ରେ ବାଜି ମାରିଛି ମାଲାୟଲାମ ଚଳଚ୍ଚିତ୍ର ‘ଆଟ୍ଟମ’। ଏହି ଚଳଚିତ୍ରକୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏଥିସହ ଏହି ଚଳଚିତ୍ର ପାଇଁ ଆନନ୍ଦ ଏକାର୍ସିଙ୍କୁ ଶ୍ରେଷ୍ଠ ସ୍କ୍ରିନ ରାଇଟର୍‌ ପୁରସ୍କାର ପ୍ରାର୍ଥୀ ଭାବେ ମଧ୍ୟ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ୧ ଜାନୁଆରୀରୁ ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ସେନ୍ସର ବୋର୍ଡ ଦ୍ୱାରା ପ୍ରମାଣିତ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକୁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥାଏ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେତାର ନାମ ଘୋଷଣା କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score