Explore

Search

November 19, 2025 1:52 am

ଚାଷୀଙ୍କ ପାଇଁ ଖୁସି ଖବର:ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆବେଦନ ଅବଧି

pradhan mantri fasal bima yojana

କେନ୍ଦ୍ର ସରକାର ଆଣିଛନ୍ତି ଚାଷୀଙ୍କ ପାଇଁ ଖୁସି ଖବର। କେବଳ ଓଡ଼ିଶାର ଚାଷୀଙ୍କ ପାଇଁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ ସମୟ ସୀମା କେନ୍ଦ୍ର ସରକାର ବଢ଼ାଇଛନ୍ତି।ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ ଅବଧି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା ମାତ୍ର ଏହି ଅବଧି ସୀମାକୁ ବଢାଯାଇ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ରଖାଯାଇଛି।

ଚଳିତ ଖରିଫ ରୁତୁ ଚାଷ ପାଇଁ କଟ ଅଫ ମଧ୍ୟ ବୃଦ୍ଧି କରାଯାଇଛି । ସର୍ବାଧିକ ପଞ୍ଜୀକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ କେନ୍ଦ୍ର କୃଷି ମନ୍ତ୍ରାଣାଳୟ ପକ୍ଷରୁ ରାଜ୍ୟ ସମବାୟ ଆୟୁକ୍ତଙ୍କ ପାଖକୁ ଚିଠି ଲେଖାଯାଇଛି । ଅଗଷ୍ଟ ୧୦ ତାରିଖ ଯାଏଁ ଚାଷୀମାନେ ନାମ ପଞ୍ଜୀକରଣ କରିବା ପାଇଁ ନ୍ୟାସନାଲ କର୍ପ ଇନସ୍ୟୁରାନ୍ସ ପୋର୍ଟାଲ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score