Explore

Search
Close this search box.

Search

December 14, 2024 3:58 am

Genres

ଚାଲିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ହେବ ୪୩ଟି ଆସନ ପାଇଁ ମତଦାନ

Politics news

ରାଞ୍ଚି: ମଇଦାନରେ ପ୍ରାର୍ଥୀଙ୍କ ପ୍ରଚାର ଶେଷ l ପ୍ରସ୍ତୁତ ଅଛନ୍ତି ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ l ତେବେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇସାରିଛି । ୬୮୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି l ପ୍ରଥମ ପର୍ଯ୍ୟାୟରେ ଚମ୍ପେଇ ସୋରେନ, ମହୁଆ ମାଂଜି, ପୂର୍ଣ୍ଣିମା ଦାସ ଓ ଗୀତା କୋଡ଼ାଙ୍କ ଭଳି ଚର୍ଚ୍ଚିତ ଚେହେରା ଅଛନ୍ତି l ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ହେଉଛି ମତଦାନ । ମଇଦାନରେ ୬୮୫ ପ୍ରାର୍ଥୀ। ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ଆସନରେ ଭୋଟ ଗ୍ରହଣ ହେବ, ସେ ମଧ୍ୟରେ ଅଛି ହଜାରିବାଗ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଷଢ଼େଇକଳା, ଚାଇଁବାସା, ଜଗନ୍ନାଥପୁର, ଚକ୍ରଧରପୁର, ଖରସୁଆଁ ଓ ରାଞ୍ଚି । ପ୍ରଥମ ପର୍ଯ୍ୟାୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଆସନ ଷଢ଼େଇକଳାରୁ ନିର୍ବାଚନ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଚମ୍ପେଇ ସୋରେନ। ନିର୍ବାଚନ ପୂର୍ବରୁ ଚମ୍ପେଇ ଜେଏମଏମ ଛାଡ଼ି ପଦ୍ମ ଧରିଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ କରାଯିବାରୁ ସେ ଅସନ୍ତୁଷ୍ଟ ହୋଇ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ନିଜର ଏକ ବଡ଼ ସଂଗଠନ ରହିଛି । ରାଞ୍ଚିରୁ ନିର୍ବଚନ ଲଢୁଛନ୍ତି ଜେଏମଏମର ରାଜ୍ୟସଭା ସଦସ୍ୟ ମହୁଆ ମାନଜୀ । ଜାମସେଦପୁର ପଶ୍ଚିମ ଆସନରୁ ଲଢୁଛନ୍ତି କଂଗ୍ରେସ ନେତା ତଥା ଝାଡ଼ଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା । ତାଙ୍କ ବରୋଧରେ ପ୍ରାର୍ଥୀ ହୋଇଛନ୍ତି ଜେଡିୟୁର ସରଜୂ ରୟ । ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ୨୦୧୯ ନିର୍ବାଚନରେ ହରାଇଥିଲେ ସରଜୂ ରୟ । ସେହିଭଳି ଜାମସେଦପୁର ପୂର୍ବ ଆସନରେ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିୱେଟ ଅଜୟ କୁମାର ତାଙ୍କୁ ଟକ୍କର ଦେବେ ଯୁବ ଚେହେରା ବିଜେପି ପ୍ରାର୍ଥୀ ତଥା ରଘୁବରଙ୍କ ବୋହୂ ପୂର୍ଣ୍ଣିମା ଦାସ l ସେହିପରି ଜଗନ୍ନାଥପୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ସ୍ତ୍ରୀ ଗୀତା କୋଡ଼ା ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସର ସୋନାରାମ ସିଙ୍କୁ ତାଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି । ସକାଳ ୭ଟାରୁ ଆରମ୍ଭ ହେବା ମତଦାନ । କେବଳ ଇଷ୍ଟ ସିଂହଭୂମି ଜିଲ୍ଲାରେ ସର୍ବାଧିକ ୬ଟି ବିଧାନସଭା କ୍ଷେତ୍ର ରହିଛି । ପଲାମୁ, ପଶ୍ଚିମ ସିଂହଭୂମି ଓ ରାଞ୍ଚି ଜିଲ୍ଲାରେ ୫ଟି ଆସନ ରହିଛି । ମୋଟ ୧୫ ହଜାର ୩୪୪ ବୁଥ୍‌ ମଧ୍ୟରୁ ୨୨୫ଟି ବୁଥକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷ କରି ସମ୍ବେଦନଶୀଳ ବୁଥ ଉପରେ ରଖାଯାଇଛି ନଜର ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score