ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ହେଉଛି ବ୍ରହ୍ମପୁର ସହର l ତେବେ ଏହାର ବିକାଶ ତଥା ସମ୍ପ୍ରସାରଣକୁ ନେଇ ମିଳିଛି ସବୁଜ ସଙ୍କେତ l ଏନେଇ ବ୍ରହ୍ମପୁର ବିଧାୟକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି l ତାଙ୍କ କହିବା ଅନୁଯାୟୀ ବ୍ରହ୍ମପୁର ଏକ ପୁରୁଣା ସହର ହୋଇଥିବାରୁ ଏହାର ବିକାଶ ଓ ସମ୍ପ୍ରସାରଣ କାର୍ଯ୍ୟ ସୀମିତ ପରିସୀମା ମଧ୍ୟରେ ରହିଛି l ତେବେ ଗୋପାଳପୁର ଓ ଛତ୍ରପୁର ଏବଂ ସହରର ତଳିଆ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ଅନ୍ତର୍ଭୁକ୍ତ କରାଯାଇ ଗ୍ରେଟର ବ୍ରହ୍ମପୁର ଗଠନ କରାଯିବ l ଫଳରେ ସହରରେ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ କରିଯିବା ସହିତ ସହରକୁ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ଯ ବାଟ ଫିଟିଯିବ l ବର୍ତ୍ତମାନ ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଓଭରବ୍ରିଜ କାମ ଆରମ୍ଭ ହେବାକୁ ଯାଉଥିବା ବେଳେ ଗେଟ୍ ବଜାର ଛକରେ ନୂତନ ଫ୍ଲାଏଓଭର ବ୍ରିଜ୍ ନିର୍ମାଣାଧୀନ ଅବସ୍ଥାରେ ରହିଛି l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |