Explore

Search

March 28, 2025 10:00 pm

Genres

କେନ୍ଦ୍ର ଗୃହ ମନ୍ତ୍ରାଳୟ ର ବଡ ଘୋଷଣା: ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର 13 ଜଣଙ୍କୁ ମିଳିବ ମେଡାଲ

Medals & Awards

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସାହସିକତା ଓ ସେବା ମେଡାଲ ଘୋଷଣା କରାଯାଇଛି। ଓଡ଼ିଶାର ୧୩ ଜଣଙ୍କୁ ମିଳିବ ଏହି ମେଡାଲ। ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଅବସରରେ ଏହି ପଦକ ପ୍ରଦାନ କରାଯିବ। ଉଲ୍ଲେଖନୀୟ ସେବା ଏବଂ ସାହସିକତା ପାଇଁ ଓଡ଼ିଶାର ମୋଟ ୧୩ ଜଣଙ୍କୁ ମିଳିବ ମେଡାଲ। ରାଜ୍ୟର ୧୧ ଜଣଙ୍କୁ ପୋଲିସ ମେଡାଲ ଏବଂ ଦୁଇ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ସ୍ବାଧୀନତା ଦିବସ ୨୦୨୪ ଅବସରରେ ସାହସିକତା ଏବଂ ସେବା ପଦକ ପାଇଁ ପୋଲିସ, ଫାୟାର ବ୍ରିଗେଡ, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ଏବଂ ସଂଶୋଧନ ସେବା ବିଭାଗର ମୋଟ ୧୦୩୭ କର୍ମଚାରୀ ଚୟନ କରାଯାଇଛି। ଗୃହ ମନ୍ତ୍ରଣାଳୟ ବୁଧବାର ସ୍ବାଧୀନତା ଦିବସ ୨୦୨୪ ଅବସରରେ ସମ୍ମାନଜନକ ସେବା ପାଇଁ ତାଲିକା ପ୍ରକାଶ କରିଛି। ୧୫ ଅଗଷ୍ଟ ଅବସରରେ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ତେବେ ଏହି ତାଲିକାରେ ରହିଛନ୍ତି ୧୧ ଜଣ ଓଡ଼ିଆ ଯେଉଁମାନଙ୍କୁ ନିଜର ସାହାସିକତା ଏବଂ ସେବା ପାଇଁ ପୁରସ୍କୃତ କରାଯାଉଛି। ତେବେ ସେମାନେ ହେଉଛନ୍ତି ଡେପୁଟି କମାଣ୍ଡାଣ୍ଟ କୌଶିକ କୁମାର ନାଏକ, ଡିଏସପି ସନତ କୁମାର ନାଥଶର୍ମା, ଡିଏସପି କବିତା ସାହୁ, ଇନ୍ସପେକ୍ଟର ହରିବନ୍ଧୁ ଭତ୍ରା, ସବ୍ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ , ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ବାବୁଲା ସାମଲ, କନଷ୍ଟେବଲ ପ୍ରମୋଦ କୁମାର ମହାନ୍ତ, କନଷ୍ଟେଳ ସଞ୍ଜୁକ୍ତା ପଟ୍ଟନାୟକ, ହାବିଲଦାର ତୋଫାନ ବେହେରା, ହାବିଲଦାର ପ୍ରାଣକୃଷ୍ଣ ଲେଙ୍କା, ହାବିଲଦାର ସୁରେଶ ଚନ୍ଦ୍ର ରାଉତ

ଅପରପକ୍ଷରେ ଦୁଇଜଣଙ୍କୁ ପ୍ରଦାନ କରାଯାଉଛି ରାଷ୍ଟ୍ରପତି ପଦକ ତେବେ ଏଥିଲାଗି ଏସଟିଏଫ ଡିଏସପି ସଚିଦାନ୍ଦ ରଥ ଓ ଏଡିଜିପି ସୁରେଶ ଦେବଦତ୍ତ ସିଂହଙ୍କୁ ମନୋନୀତ କରାଯାଇଥିବା ସୂଚନା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score