ଶ୍ରାବଣ ମାସ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି । ଶ୍ରାବଣ ସୋମବାରରେ ଶୈବପୀଠରେ ଜଳଲାଗି କରିବେ କାଉଡିଆ । ଆଉ ଶ୍ରାବଣ ଆରମ୍ଭ ହେବା ପୂର୍ବରୁ କାଉଡିଆଙ୍କ ପାଇଁ ଆସିଛି ବଡ ଖବର । କଟକ ଆଠଗଡ଼ର ବାବା ଧବଳେଶ୍ବରଙ୍କ ପୀଠକୁ ପ୍ଲାଷ୍ଟିକ ବ୍ୟାନ୍ । ଚଳିତ ବର୍ଷ ଶ୍ରାବଣ ମାସରେ ବାବା ଧବଳେଶ୍ବରଙ୍କ ପୀଠକୁ ପ୍ଲାଷ୍ଟିକ କଳସକୁ ନିଷେଧ କରାଯାଇଛି । ଯଦି କୌଣସି କାଉଡ଼ିଆ ପ୍ଲାଷ୍ଟିକ କଳସରେ ଜଳ ନେଇ ଆସିବେ ତେବେ ବାବା ଧବଳେଶ୍ବରଙ୍କ ପୀଠରେ ଜଳଲାଗି କରି ପାରିବେ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କେବଳ ମାଟି ଓ ପିତଳ କଳସ ନେଇ ଜଳ ଲାଗି କରିବାକୁ ଅନୁମତି ମିଳିଛି
ଚଳିତ ବର୍ଷ ଶ୍ରାବଣ ମାସରେ ପାଞ୍ଚ ପାଳି ଭକ୍ତ ଠାକୁରଙ୍କ ପାଖରେ ଜଳଲାଗି କରିପାରିବେ ବୋଲି ପୂଜକ ସମାଜ ପକ୍ଷରୁ କୁହାଯାଇଛି । ପାଇକେରା ପୁରରୁ ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା ପୋଲ ଆରମ୍ଭରୁ ଭକ୍ତ କାଉଡିଆ ଭାର ରଖି କେବଳ କାନ୍ଧରେ କଳସ ନେଇ ମନ୍ଦିରକୁ ଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ପରିମଳ, ସ୍ବାସ୍ଥ୍ୟ ଓ ସ୍ଵଚ୍ଛତା ଉପରେ ଗୁରୁତ୍ବ ଦିଆ ଯାଇଥିବା ବେଳେ ବ୍ୟାରିକେଟ ମାଧ୍ଯମରେ ଭକ୍ତ ମାନେ ଦର୍ଶନ ବନ୍ଦୋବସ୍ତ କରାଯିବ ବୋଲି କୁହାଯାଇଛି । ସୁରକ୍ଷା ଦୃଷ୍ଟିର ପୋଲିସ୍ ପ୍ରଶାସନ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସରେ ଶାନ୍ତି ଶୃଙ୍ଖଳାର ସହ ସୁରକ୍ଷିତ ଦର୍ଶନ ନିମନ୍ତେ ସମନ୍ବୟ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |