Explore

Search

May 17, 2025 11:39 pm

Genres

କରାଚୀ ବନ୍ଦରକୁ ଧ୍ୱଂସ କଲା ଭାରତୀୟ ନୌସେନା

‘ଅପରେସନ୍‌ ସିନ୍ଦୂର’ ଅଧିନରେ ଭାରତ ଗୁରୁବାର ମଧ୍ଯ ରାତିରେ ସମୁଦ୍ରରୁ ବଡ଼ଧରଣର ଆକ୍ରମଣ କରିଛି, ଯେଉଁଥିରେ କରାଚୀ ସହର ସର୍ବାଧିକ ପ୍ରଭାବିତ ହୋଇଛି। ଭାରତୀୟ ନୌସେନା ପାକିସ୍ତାନର କରାଚୀ ବନ୍ଦରକୁ ମିସାଇଲ ଓ ଡ୍ରୋନ୍‌ ମାଡ଼ କରି ଧ୍ୱଂସ କରିଦେଇଛି। ଭାରତୀୟ ନୌସେନା କରାଚୀ ବନ୍ଦର ଉପରେ ଏକ ସିରିଜ କ୍ଷେପଣାସ୍ତ୍ର ମାଡ଼ କରିଛି। କୁହାଯାଉଛି ଯେ ଏହି ଆକ୍ରମଣରେ କରାଚୀ ବନ୍ଦର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଭାରତୀୟ ନୌସେନା ଆରବ ସାଗରରେ ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ମୁତୟନ କରିସାରିଛି। ଫଳରେ ‘ଅପରେସନ୍‌ ସିନ୍ଦୂର’କୁ ସଫଳ ରୂପ ଦେବା ପାଇଁ ପାକିସ୍ତାନର ଇସଲାମାବାଦ୍‌, ଲାହୋର, ସିଆଲକୋଟ, କରାଚୀ ସମେତ ୫ଟି ସହର ଉପରେ ଭାରତ ଜୋରଦାର ଆକ୍ରମଣ କରିଛି। ପାକିସ୍ତାନର ସିଆଲକୋଟ୍, ଲାହୋର ଓ ରାଜଧାନୀ ଇସ୍ଲାମାବାଦ ଉପରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପ୍ରଚଣ୍ଡ ବୋମାବର୍ଷଣ କରାଯାଉଛି। ଏହି ଆକ୍ରମଣରେ ଡ୍ରୋନର ବ୍ୟବହାର ମଧ୍ୟ କରାଯାଉଛି । ଭାରତ ପୂର୍ବରୁ ହିଁ ଲାହୋରର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିସାରିଛି। ଏହାଛଡ଼ା କିଛି ସମୟ ପୂର୍ବରୁ ଭାରତ ଲାହୋରର ଆଉ ଏକ ଆଓ୍ବାକସ୍ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score