Explore

Search

February 15, 2025 9:54 am

Genres

କଥା ରଖିଲେ ମୁଖ୍ୟମନ୍ତ୍ରୀ, ହିତାଧିକାରୀଙ୍କୁ ମିଳିଲା ୩୫୦୦ ଟଙ୍କା ଭତ୍ତା

Odisha CM launches Rs 3500 per month pension scheme for elderly, divyang citizens

ଆଜି କେନ୍ଦୁଝର ଜିଲ୍ଲାର ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ହିତାଧିକାରୀଙ୍କୁ ମିଳିଲା ୩୫୦୦ ଟଙ୍କା । ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାନୁଆରୀ ମାସ ଅର୍ଥାତ ଚଳିତ ମାସରୁ ହିଁ ୮୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ ଟଙ୍କା । ରାଜ୍ୟର ପ୍ରାୟ ୪ ଲକ୍ଷରୁ ଅଧିକ ପେନସନଧାରୀ ଏଥିରେ ଉପକୃତ ହେବେ । ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ହିତାଧିକାରୀଙ୍କ ଭତ୍ତା ରାଶି ବୃଦ୍ଧି କରିଥିଲେ ରାଜ୍ୟ ସରକାର ।ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ହିତାଧିକାରୀ ଏଣିକି ୩ ହଜାର ୫୦୦ ଟଙ୍କା ପାଇବେ । ତେବେ ଏହି ନିଷ୍ପତ୍ତି ଚଳିତ ମାସ ଅର୍ଥାତ ଜାନୁଆରୀ ୨୦୨୫ରୁ ହିଁ ଲାଗୁ କରାଯିବା ନେଇ ସରକାର ଘୋଷଣା କରିଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score