Explore

Search

May 13, 2025 2:07 am

Genres

ଓଡିଶା ପାଇଁ ଖୁସି ଖବର: ୬ ରେଳ ପ୍ରକଳ୍ପ କୁ ମିଳିଲା ମଞ୍ଜୁରୀ

Railway Project

ଓଡିଶା ପାଇଁ ଆସିଲା ଖୁସି ଖବର। ଦେଶରେ ସର୍ବମୋଟା ୮ଟି ନୂଆ ରେଳ ପ୍ରକଳ୍ପ କୁ ମଞ୍ଜୁରୀ ଦେଇଛନ୍ତି କ୍ୟାବିନେଟ୍ କମିଟି ତେବେ ସୂଚନା ଥାଉ କି ୮ଟି ପ୍ରକଳ୍ପ ମଧ୍ୟରୁ ଓଡ଼ିଶା ପାଇଁ ରହିଛି ୬ଟି। ଏହି ପ୍ରକଳ୍ପଗୁଡିକ ୨୦୩୦-୨୦୩୧ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ନେଇ ଲକ୍ଷ ରଖାଯାଇଛି।

ଏହି ପ୍ରକଳ୍ପ ମଞ୍ଜୁରୀ ହେବ ପରେ ରେଳମନ୍ତ୍ରୀଙ୍କ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଅଭିନନ୍ଦନ ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ପ୍ରକଳ୍ପ ସବୁ ଓଡ଼ିଶାର ବିକାଶ ଧାରାକୁ ତ୍ୱରାନ୍ୱିତ କରିବାରେ ଖୁବ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ କାଳରେ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଓ ଶିଳ୍ପରେ ବିକାଶରେ ସହାୟକ ହେବ ବୋଲି କୁହାଯାଉଛି।

ଏହି ୬ଟି ନୂଆ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି ଏବଂ ଏଥିସହ ଏହି ପ୍ରକଳ୍ପ ମାଧ୍ୟମରେ କଳାହାଣ୍ଡି, ନବରଙ୍ଗପୁର, ମାଲାକାନଗିରି, କେନ୍ଦୁଝର, ମୟୁରଭଞ୍ଜ ଆଦି ଅଞ୍ଚଳ ବେଶ ଲାଭବାନ ହେବେ ବୋଲି ସୂଚନା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score