Explore

Search

January 19, 2025 2:40 am

Genres

ଓଡିଶା ଜଙ୍ଗଲରେ ସୁରକ୍ଷା ପାଇଁ ମୁତୟନ ହେବ ‘ଯୋଦ୍ଧା’ ଓ ‘ଥାର’

140 vehicles inducted by Odisha forest department for wildlife protection

ରାଜ୍ୟ: ଏଣିକି ଓଡ଼ିଶାର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଜଗିବେ ‘ଯୋଦ୍ଧା’ ଓ ‘ଥାର’ । ବନ୍ୟଜନ୍ତୁ ଶିକାର, ବନାଗ୍ନି ସମୟରେ ନିଆଁଲିଭା କାର୍ଯ୍ୟରେ ବ୍ୟବହୃତ ହେବ ଏହି ଦୁଇ ଅତ୍ୟାଧୁନିକ ଗାଡ଼ି । ଟାଟା କମ୍ପାନୀର ‘ଯୋଦ୍ଧା’ ଓ ମହିନ୍ଦ୍ରା କମ୍ପାନୀର ‘ଥାର’ର ମୋଟ ୧୪୦ଟି ଗାଡ଼ିକୁ ଓଡ଼ିଶା ଜଙ୍ଗଲରେ ନିୟୋଜିତ କରାଯାଇଛି । ରାଜ୍ୟ ଉଦ୍ଭିଦ ଉଦ୍ୟାନ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଦେବୀଦତ୍ତ ବିଶ୍ବାଳ, ପିସିସିଏଫ ୱାଇଲଡ ଲାଇଫ ସୁଶାନ୍ତ କୁମାର ନନ୍ଦ ଏହାର ଉଦଘାଟନ କରିଛନ୍ତି l

ବନ୍ୟପ୍ରାଣୀ ସୁରକ୍ଷା ଭିତ୍ତିଭୂମିକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଅତ୍ୟାଧୁନିକ ପଦ୍ଧତିରେ ପ୍ରସ୍ତୁତ ହୋଇଥିବା ୩ଟି ଭିନ୍ନ ପ୍ରକାରର ଗାଡ଼ି ସାମିଲ ହୋଇଛି । ୫୧ଟି ଅଲ ଟେରେନ ଗାଡ଼ି, ୪୧ଟି ଅଗ୍ନି ନିର୍ବାପକ ଗାଡ଼ି ଓ ୪୭ଟି ଅଗ୍ନି ନିରାକରଣ ଗାଡ଼ିକୁ ସାମିଲ କରାଯାଇଛି । ଅଲ ଟେରେନ ଗାଡ଼ିଗୁଡିକ ଦୁର୍ଗମ ପାହାଡ଼ର ଖାଲଢ଼ିପ, କାଦୁଅ ଓ ପାଣି ଅଞ୍ଚଳକୁ ସହଜରେ ଅତିକ୍ରମ କରିପାରିବ । ପାଟ୍ରୋଲିଂ, ମନିଟରିଂ ଓ ସର୍ଭେଲାନ୍ସରେ ବ୍ୟଚହାର କରାଯାଇପାରିବ । ସେହିପରି ୪୧ଟି ଅଗ୍ନି ନିର୍ବାପକ ଗାଡ଼ି ନିଆଁ ଲାଗିଥିବା ଜାଗାରେ ପହଞ୍ଚିପାରିବ । ଗାଡ଼ିରେ ଏକ ହଜାର ଲିଟର ଯାଏ ପାଣି ବହନର କ୍ଷମତା ରହିଛି । ୪୭ଟି ଅଗ୍ନି ନିରାକରଣ ସହାୟତା ଗାଡ଼ି ନିଆଁ ଲିଭାଇବା ସମୟରେ ପଛରେ ସହାୟକ ଗାଡି ଭାବେ ବ୍ୟବହାର କରାଯିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score