Explore

Search

January 19, 2025 5:27 pm

Genres

ଓଡିଶା ଆସିବେ ନୂତନ ରାଜ୍ଯପାଳ, ଶ୍ରୀଜୀଉଙ୍କୁ ଦର୍ଶନ କରିବେ

odisha new governor Kambhampati Hari Babu

ଓଡିଶା: ଓଡ଼ିଶା ଆସିବେ ରାଜ୍ୟର ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍ ପତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଆସନ୍ତାକାଲି ନୂଆ ରାଜ୍ୟପାଳ ଭାବେ ଶପଥ ନେବେ । ରାଜଭବନରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ । ଏହାପୂର୍ବରୁ ମିଜୋରାମ ରାଜଭବନରେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ଦୀର୍ଘ ୨୪ ବର୍ଷ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କଲେଜରେ ସହକାରୀ ପ୍ରଫେସର ଭାବରେ କାମ କରିଥିଲେ । ସୂଚନା ଅନୁଯାୟୀ ଛାତ୍ର ନେତା ଭାବରେ ୧୯୭୨ରେ ଆନ୍ଧ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ ।  ୧୯୭୭ରେ ଆନ୍ଧ୍ରପ୍ରଦେଶରେ ଜନତା ଦଳର କାର୍ଯ୍ୟକାରୀ ସଦସ୍ୟ ଥିଲେ ।

୧୯୭୮ରେ ଜନତା ଦଳର ଆନ୍ଧ୍ରପ୍ରଦେଶ ଯୁବ ମୋର୍ଚ୍ଚା ଉପସଭାପତି ଥିଲେ ହରିବାବୁ କମ୍ଭମପତି । ୧୯୯୩ରୁ ୨୦୦୩ ଯାଏ ସେ ଥିଲେ ଆନ୍ଧ୍ରପ୍ରଦେଶ ବିଜେପିର ସାଧାରଣ ସମ୍ପାଦକ । ୨୦୦୫ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଥିଲେ ହରିବାବୁ କମ୍ଭମପତି । ୨୦୧୪ରୁ ୨୦୧୯ ଯାଏ ସାଂସଦ ଥିବା ବେଳେ ବିଭିନ୍ନ ସଂସଦୀୟ କମିଟିର ସଦସ୍ୟ ରହିଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score