Explore

Search

July 13, 2025 2:04 am

Genres

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟକୁ ମିଳିଲା ନାକ୍ ବି–୧ ମାନ୍ୟତା

odisha state open university

ସମ୍ବଲପୁର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟକୁ ନାକ୍ ପକ୍ଷରୁ ବି–୧ ଗ୍ରେଡ ମାନ୍ୟତା ମିଳିଛି l ସୁଚନାନୁଯାୟୀ ଚଳିତ ବର୍ଷ ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର କୁଳପତି ପଦରେ ଦାୟିତ୍ଵ ନେବା ପରେ ସମ୍ବଲପୁର ଗୋଶାଳ ନିକଟ ବଡସିଂହାରୀଠାରେ ନିଜସ୍ବ କୋଠାରେ ବିଶ୍ବବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଛି। ୨୦୧୫ ମସିହାରେ ସ୍ଥାପିତ ହୋଇଥିବା ଏହି ବିଶ୍ବବିଦ୍ୟାଳୟରେ ନାକ୍ ମାନ୍ୟତା ସମସ୍ୟା ନେଇ ଗତ ବର୍ଷ ଅନେକ ପାଠ୍ୟକ୍ରମର ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଉଠିଥିଲା। ତେବେ ନାକ୍ ଟିମ୍ ପରିଦର୍ଶନ କରି ଫେରିବା ପରେ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛି । ନାକ୍ ମାନ୍ୟତା ପାଇବା ପରେ ଉଚ୍ଚତର ପାଠ୍ୟକ୍ରମ ପାଇଁ ନାମଲେଖା ପୁଣି ଥରେ ଆରମ୍ଭ ହୋଇଛି। ବର୍ତ୍ତମାନର ଶିକ୍ଷା ବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଇତିହାସ, ରାଜନୀତି ବିଜ୍ଞାନ, ପବ୍ଲିକ ଆଡମିନିଷ୍ଟ୍ରେଶନ ଏବଂ ଅର୍ଥନୀତି ପାଇଁ ଛାତ୍ରୀଛାତ୍ର ନାମଲେଖା ଜାରି ରହିଛି। ଆସନ୍ତା ଡିସେମ୍ବର ସୁଦ୍ଧା ଡିଜିଟାଲ ମାର୍କେଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି, ସାଇବର ସିକ୍ୟୁରିଟି, କମ୍ୟୁନିକେଶନ ସ୍କିଲ ଇନ୍ ଇଂଲିଶ, ଅର୍ଥନୀତି ଏବଂ ଫାଇନାନ୍ସିଆଲ ଆକାଉଣ୍ଟିଂରେ ଅନଲାଇନ୍ ଦକ୍ଷତାମୂଳକ କ୍ରେଡିଟ ଆଧାରିତ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯାଇ ନିଯୁକ୍ତି ମୂଳକ ପାଠ୍ୟକ୍ରମ ଜାରି କରିବାର ଯୋଜନା ରହିଛି l ନାକ୍ ମାନ୍ୟତା ପାଇବା ପରେ ବିଶ୍ବବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆସ୍ଥା ବୃଦ୍ଧି ପାଇବ ବୋଲି କୁଳପତି ଆଶା ପ୍ରକଟ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score