ଭୁବନେଶ୍ବର: ଓଡିଶା ହେବ ପୂର୍ବ ଭାରତର ବିକଶିତ ରାଜ୍ୟ l ଦୂରହେବ ଆର୍ଥିକ ଓ ଶୈଳ୍ପିକ ସମସ୍ୟା l ଜନତା ମଇଦାନରେ ଚାଲିଥିବା ଉତ୍କର୍ଷ ଓଡିଶା ସମ୍ମିଳନୀରେ ରାଜ୍ଯରେ ୫୦ ହଜାର କୋଟି ନିବେଶ କରିବ ବୋଲି କୁମାର ମଙ୍ଗଳମ ବିର୍ଲା ସୂଚନା ଦେଇଛନ୍ତି l ଏହି ନିବେଶ ମୁଖ୍ୟ ରୂପେ ଆଲୁମିନିୟମ ସେକ୍ଟର ଓ ରିଫାଇନାରୀ କ୍ଷେତ୍ର ପାଇଁ ରହିଛି l ଅନ୍ୟପକ୍ଷରେ ଇଣ୍ଡିଆନ୍ ଅୟେଲ କର୍ପୋରେସନ ଲିମିଟେଡ କରିବ ୭୦ ହଜାର କୋଟିର ପୁଞ୍ଜି ନିବେଶ l ପେଟ୍ରୋ କେମିକାଲରେ ନିବେଶ କରିବ ଇଣ୍ଡିଆନ୍ ଅୟେଲ l ପାରାଦୀପରେ ୭୦ ହଜାର କୋଟିର ନିବେଶ କରିବ ଏହି ସଂସ୍ଥା l ସେହିପରି ଓଡିଶାରେ ବେଦାନ୍ତ ଆଲୁମିନିୟମ ଶିଳ୍ପରେ ନିବେଶ କରିବ ୧ ଲକ୍ଷ କୋଟି ଟଙ୍କା l
ରାୟଗଡ଼ାରେ ଆଲୁମିନିୟମ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |