ଓଡ଼ିଶାରେ ଆରମ୍ଭ ହେଲା ଆୟୁଷ୍ମାନ ଯୋଜନା l ଏଥିସହିତ ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର ବୋଲି ଘୋଷଣା କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଭାରତ ସରକାରଙ୍କ ସହିତ ଏମଓୟୁ କରିବା ସମୟରେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଆୟୁଷ୍ମାନ ଭାରତ ମନ୍ଦିରରେ ଜଣେ ଯୋଗ ଶିକ୍ଷକ ରହିବେ ଓ ସ୍ବାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l
ଏହି ଅବସରରେ ଆୟୁଷ୍ମାନ ଭାରତ ଏମଓୟୁ ବେଳେ ଜେ.ପି. ନଡ୍ଡା ‘ଅନ୍ଧକାର ଦିନର ଅନୁଭୂତି ଆଲୋକର ସ୍ବାଦ ଦେଇଥାଏ ଯାହାର ଫଳ ସ୍ୱରୂପ ୬୫ କୋଟି ଲୋକ ଆୟୁଷ୍ମାନ ଭାରତରେ ସାମିଲ ହୋଇଛନ୍ତି l ଗରିବ ଲୋକେ ମେଡିକାଲ ଖର୍ଚ୍ଚ ଶୁଣି ଘରକୁ ଫେରିଯାଉଥିଲେ କିନ୍ତୁ ଏବେ ସେମାନଙ୍କୁ ଚିକିତ୍ସା ସ୍ବାଧୀନତା ମିଳିଛି ବୋଲି କହିଛନ୍ତି l
ଏହି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବା ଦ୍ଵାରା ପ୍ରତି ପରିବାରକୁ ମିଳିବ ୫ ଲକ୍ଷ ଟଙ୍କାର ଚିକିତ୍ସା ସେବା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସେବା ଉପଲବ୍ଧ ହେବ l
ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର l ଏଥି ସହିତ ଏହି ଯୋଜନା ଅନ୍ତର୍ଗତ ଦେଶର ୯୦୦ ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |