Explore

Search

November 19, 2025 4:34 pm

ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଅଗଷ୍ଟ ୧୫ ତାରିଖରେ ଲାଗୁହେବ ‘ସୁଭଦ୍ରା’ ଯୋଜନାର ଏସ୍‌ଓପି

Odisha News

ଆସିଯାଇଛି ସରକାରଙ୍କ ବଡ ଘୋଷଣା ଅଗଷ୍ଟ ୧୫ ତାରିଖରେ ଆସିବ ‘ସୁଭଦ୍ରା’ ଯୋଜନା ଏସ୍‌ଓପି ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି ଏସ୍‌ଓପି ମାଧ୍ୟମରେ କେଉଁମାନେ ଏହି ସୁଯୋଗ ପାଇଁ ଯୋଗ୍ୟ ବିବେଚିତ ହେବେ ତାର ତାର ସ୍ପଷ୍ଟ ଚିତ୍ର ରହିବ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ତେବେ ସୂଚନା ଥାଉ କି ସେପ୍ଟେମ୍ବର ୧୭ରେ ରାଜ୍ୟରେ ଲାଗୁହେବେ ଏହି ଯୋଜନା।

ସେପ୍ଟେମ୍ବର ୧୭ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ହୋଇଥିବାରୁ ଏହି ଦିନ ହିଁ ଏହି ଯୋଜନାର ଶୁଭାରମ୍ଭ କରାଯିବ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି। ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶିର ଭାଉଚର୍‌ ଯୋଗାଇ ଦିଆଯିବ ଯାହାକୁ ମହିଳାମାନେ ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିପାରିବେ। ରାଜ୍ୟ ସରକାର ନିଜର ୧୦୦ ଦିନର କାର୍ଯ୍ୟକ୍ରମରେ ସୁଭ୍ରଦା ଯୋଜନା ଓ ଚାଷୀଙ୍କୁ ୩୧୦୦ ଟଙ୍କାଏମଏସପି ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score