Explore

Search

November 18, 2025 12:39 am

ଉତ୍ତରାଖଣ୍ଡ ପରେ ଗୁଜରାଟରେ ଲାଗୁହେବ ୟୁନିଫର୍ମ ସିଭିଲ କୋର୍ଡ

ucc in uttarakhand

ୟୁନିଫର୍ମ ସିଭିଲ କୋର୍ଡ କୁ ଦେଶରେ ଲାଗୁକରିବା କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ଉତ୍ତରାଖଣ୍ଡ ହେବା ପରେ ଗୁଜରାଟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି। ରାଜ୍ୟରେ ୟୁସିସି ଲାଗୁ କରିବା ପାଇଁ କମିଟି ଗଠନ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ l ଗୁରୁବାର ଏକ ୫ ଜଣିଆ ଡ୍ରାଫ୍ଟ କମିଟି ଗଠନ କରିଛନ୍ତି । ୟୁସିସି ଲାଗୁ କରିବା ନେଇ ଏହି କମିଟିର ରିପୋର୍ଟ ପରେ ରାଜ୍ୟରେ ୟୁସିସି  ଲାଗୁ କରାଯିବ ବୋଲି କହିଛନ୍ତି ଭୁପେନ୍ଦ୍ର ପଟେଲ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଦେଶାଇଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏହି କମିଟି ୪୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ। ରିପୋର୍ଟରେ କରାଯାଇଥିବା ସୁପାରିଶ ଆଧାରରେ ଆଇନ ଆସିବ ବୋଲି କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ। ୨୦୨୨ରେ ୟୁସିସି ଉପରେ ଅଧିକ ତର୍ଜମା କରିବା ପାଇଁ ଏକ କମିଟି ଗଠନ କରିବାକୁ ଗୁଜରାଟ ବିଧାନସଭାରେ ସ୍ବୀକୃତି ପାଇଥିଲା। ୟୁସିସି ତଥା ଏକକ ଆଇନ ବ୍ୟବସ୍ଥା ଦ୍ବାରା ରାଜ୍ୟର ସବୁ ନାଗରିକଙ୍କ ପାଇଁ ସମାନ ଆଇନ ବ୍ୟବସ୍ଥା ଲାଗୁ କରାଯିବ। ଚଳିତ ବର୍ଷ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡର ସରକାର ୟୁସିସି ଲାଗୁ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score