ଭୁବନେଶ୍ବର: ଉତ୍କର୍ଷ ଓଡିଶା ସମ୍ମିଳନୀରେ ଆଦାନୀ କମ୍ପାନୀ ସହିତ ସ୍ୱାକ୍ଷରିତ ହୋଇଛି ବୃହତ୍ ଅର୍ଥନୈତିକ ଏମଓୟୁ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ l ଏବେ ସୁଦ୍ଧା ଆଦାନୀ ଗ୍ରୁପ୍ ସର୍ବାଧିକ ୨.୨୮ ଲକ୍ଷ କୋଟି ନିବେଶ କରିଛି l ସିମେଣ୍ଟ, ପାୱାର, ଆଲୁମିନା, ଏନ୍ର୍ଜି କ୍ଷେତ୍ରରେ ନିବେଶ ହେବ l ଶିଳ୍ପପତି ନବୀନ ଜିନ୍ଦଲ ୭୦ ହଜାର କୋଟି ନିବେଶ କରିବେ l
କେନ୍ଦୁଝରରେ ମେଗା ଷ୍ଟିଲପ୍ଲାଣ୍ଟ ହେବା ନେଇ ଏମଓୟୁ ସ୍ଵାକ୍ଷରିତ ହୋଇଛି l ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଏମଓୟୁ ସ୍ଵାକ୍ଷରିତ l ୫ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନ କ୍ଷମତା ପାଇଁ ରାଜିନାମା ହୋଇଛି l ଷ୍ଟିଲପ୍ଲାଣ୍ଟ ପାଇଁ ୩୫ ହଜାର କୋଟି ନିବେଶ ହେବ l ଏବେ ସୁଦ୍ଧା ୫୪ଟି ସ୍ଵାକ୍ଷର ହୋଇଛି: ଶିଳ୍ପ ସଚିବ ହେମନ୍ତ ଶର୍ମା l କନ୍କ୍ଲେଭ୍ର ପ୍ରଥମ ଦିନରେ ୮୦ଟି ଏମଓୟୁ ସ୍ଵାକ୍ଷର ଧାର୍ଯ୍ୟ ରହିଛି l ଜେଏସପିଲ, ଆଦାନୀ ଗ୍ରୁପ, ଜେ.ଏସ.ଡବଲ୍ୟୁ ଷ୍ଟିଲପ୍ଲାଣ୍ଟ ନିଜ କମ୍ପାନୀ ସମ୍ପ୍ରସାରଣ ପାଇଁ କହିଛନ୍ତି ବୋଲି ସୂଚନା ମିଳିଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |