Explore

Search

February 18, 2025 2:17 am

Genres

ଆଜି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ଅପେକ୍ଷାରେ ରାଜ୍ୟବାସୀ ।

Budget 2024

ଆଜି ବିଧାନସଭାରେ ଉପସ୍ଥାପିତ ହେବାକୁ ଯାଉଛି ରାଜ୍ୟ ଆର୍ଥିକ ବଜେଟ୍, ଯାହା ଉପରେ ଏବେ ସମସ୍ତଙ୍କର ନଜର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅପରାହ୍ନ (ଗୁରୁବାର) ୫ଟାରେ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ଦୀର୍ଘବର୍ଷ ପରେ ସରକାର ବଦଳିଥିବାରୁ ନୂଆ ସରକାରଙ୍କର କଣ ରହିବ ଯୋଜନା ଏବଂ ଜନକଲ୍ୟାଣ ଯୋଜନାକୁ କେତେ ଅଗ୍ରାଧିକାର ଦେବେ ଏହା ଉପରେ ଏବେ ସମସ୍ତଙ୍କ ନଜର।

ପୂର୍ବବର୍ଷ ୨ ଲକ୍ଷ ୫୫ ହଜାର କୋଟି ର ବଜେଟ୍ ରହିଥିବା ବେଳେ ଚଳିତ ବର୍ଷ ଏହି ରାଶି ୩ ଲକ୍ଷ କୋଟି ଛୁଇଁପାରେ ବୋଲି ଆକଳନ କରାଯାଉଛି । ଚଳିତ ବର୍ଷ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ସରକାର ରହିଥିବା ବେଳେ କେନ୍ଦ୍ର ବଜେଟ୍ ରେ ଓଡିଶା ପାଇଁ କିଛି ଆଖିଦୃଷ୍ଟିଆ ଅନୁଦାନ ମିଳିନଥିବା ଦେଖିବାକୁ ମିଳିଛି ତେଣୁ ରାଜ୍ୟ ବଜେଟ୍ ରେ ଏବେ କଣ ରହିବ ଉପହାର ଏବଂ କଣ ରହିବ ବଜେଟ ରୂପରେଖ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score