ଆଗାମୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ସନମୁଗ ରତ୍ନମ । ଆଜି ଦିନ ୧୧ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଅପରାହ୍ନ ୨ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୪ଟାରେ ସେ ବିଶ୍ଵ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ୱାର୍ଲଡ ସ୍କିଲ ସେଣ୍ଟର ମଧ୍ୟ ବୁଲି ଦେଖିବାର ସିଙ୍ଗାପୁର ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି l ଆସନ୍ତାକାଲି ସେ ପୁରୀ ସ୍ଥିତ ରଘୁରାଜପୁର ଐତିହ ଗ୍ରାମ ବୁଲି ଦେଖିବେ। ପରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବେ। ଅପରାହ୍ନରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଗସ୍ତକୁ ନଜରରେ ରଖି ଆଜି ଓ ଆସନ୍ତାକାଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରିଛି। ଏୟାରପୋର୍ଟ ଛକ, ଏଜି, ରାଜଭବନ, ଓୟୁଏଟି ଓ ରାଜଭବନ ଛକ ପାଇଁ କଟକଣା ଜାରି ହୋଇଛି। ସେହିପରି ଡେଲ୍ଟା ଛକ, ଫାୟାର ଷ୍ଟେସନ, ବରମୁଣ୍ଡା ଫ୍ଲାଏ ଓଭର ପାଇଁ ମଧ୍ୟ କଟକଣା ଜାରି କରାଯାଇଛି। ଖଣ୍ଡଗିରି ଫ୍ଲାଏ ଓଭର, କସ୍ମୋପଲିସ ଛକ, ଡୁମଡୁମା ଅଣ୍ଡରପାସ୍ ପାଇଁ ମଧ୍ୟ ଏହି ସମୟରେ କଟକଣା ରହିବ। ଅନ୍ୟ ପକ୍ଷରେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରଖାଯିବ ବୋଲି ଜଣାପଡିଛି।ଭୁବନେଶ୍ବରରେ ପହଞ୍ଚିଛନ୍ତି ସିଙ୍ଗାପୁରର ସୁରକ୍ଷା ଟିମ। ରାଷ୍ଟ୍ରପତି ସନମୁଗ ରତ୍ନମଙ୍କ ଓଡ଼ିଶା ଗସ୍ତ ପାଇଁ ଏହି ଟିମ କମିଶନରେଟ ପୋଲିସ ସହିତ ସୁରକ୍ଷା ବ୍ୟବସ୍ଥା ନେଇ ଯାଞ୍ଚ କରିଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |