Explore

Search

February 14, 2025 2:47 am

Genres

ଅଗ୍ନିଶମ ବିଭାଗ ପକ୍ଷରୁ ଆସିଲା ଅତ୍ୟାଧୁନିକ ରୋବଟ, ବିପଦସଙ୍କୁଳ ସ୍ଥାନରେ ଲିଭାଇବ ନିଆଁ

fire fighting robot

ଭୁବନେଶ୍ବର: ଏଣିକି ନିଆଁ ଲିଭାଇବ ରୋବଟ। ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ୨୨ ଗୋଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରୋବୋଟିକ୍ସ ମନିଟରକୁ ଗୁରୁବାର ରାଜ୍ଯ ବିପର୍ଯ୍ଯୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଥମ ଥର ଏହି ରୋବଟକୁ ଅଗ୍ନି ନିର୍ବାପକ କାର୍ଯ୍ୟରେ ବ୍ୟବହାର କରାଯିବ । ଏହି ରୋବଟର ନାମ “ଫାୟାର ଫାଇଟିଂ ରୋବୋଟିକ୍ସ ମନିଟର” ରହିଅଛି ।

ପେଟ୍ରୋଲ ପମ୍ପ ପରି ବିପଦସଙ୍କୁଳ ସ୍ଥାନରେ ନିଆଁ ଲାଗିଲେ ଏହି ରୋବୋଟ ଅନାୟାସରେ ଯାଇ ପାଇପ ଯୋଗେ ପାଣି ପକାଇ ନିଆଁ ଲିଭାଇ ପାରିବ। ଯାହାକି ସାଧାରଣ ମଣିଷ ପାଇଁ ହାନିକାରକ ଓ ପ୍ରବେଶ କରି ଅଗ୍ନିଶମ କରିବା ବିପଦଜନକ ।

ଏହି ରୋବଟ ମଧ୍ୟରେ ମନିଟର ପୁଲିଂ ପାଇଁ ପାଇପ ଯୋଗେ ୬ ଗୋଟି ସ୍ପ୍ରିଂଲର୍ ସଂଯୋଗ କରାଯାଇଛି । କେବଳ ସେତିକି ନୁହେଁ ଏଥିରେ ଦୁଇଗୋଟି କ୍ୟାମେରା ତଥା ସାଧାରଣ ଓ ଥର୍ମାଲ୍ କ୍ୟାମେରା ଯୋଡା ଯାଇଅଛି l ଯାହା ଅନ୍ଧାର ଓ ରାସ୍ତା ଖୋଜିବାରେ ସହାୟତା କରିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score