Explore

Search

February 18, 2025 2:51 am

Genres

୩ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ

Nobel Prize 2024

ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ଆମେରିକାର ୩ ଅର୍ଥନୀତିଜ୍ଞଙ୍କୁ ଗତକାଲି ମନୋନୀତ କରାଯାଇଛି। ସେମାନେ ହେଲେ ଡାରୋନ୍ ଆସେମୋଗ୍ଧ, ସାଇମନ ଜନ୍‌ସନ ଏବଂ ଜେମ୍ସ ରବିନସନ୍। ସାମାଜିକ ଅନୁଷ୍ଠାନ ଗୁଡ଼ିକର ଗଠନ ଏବଂ ସମୃଦ୍ଧି ଉପରେ ସେଗୁଡ଼ିକର ପ୍ରଭାବକୁ ନେଇ ସେମାନେ ଅଧ୍ୟୟନ କରୁଥିଲେ। ଏଥି ପାଇଁ ସେମାନଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ରୟାଲ ସୁଇଡିସ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ କୁହାଯାଇଛି

ଅର୍ଥନୀତିରେ ନୋବେଲ ପାଇବାକୁ ଥିବା ଏହି ୩ ଜଣ ବ୍ୟକ୍ତି ଏବେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି। ଡାରେନ୍ ଏସମୋଗ୍ଲୁ ଓ ସାଇମନ ଜନସନ୍ ମାସାଚୁସଟ୍ସ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ଏବଂ ଜେମ୍ସ ଏ.ରବିନସନ ଚିକାଗୋ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

ଆସନ୍ତା ଡିସେମ୍ବର ୧୦ ନୋବେଲ ପୁରସ୍କାରର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ପୁରସ୍କାର ଦିଆଯିବ। ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଏ। ଚଳିତ ବର୍ଷ ମଧ୍ୟ ମେଡିସିନ, ଫିଜିକ୍ସ, କେମିଷ୍ଟ୍ରି, ସାହିତ୍ୟ, ଅର୍ଥନୀତି ଓ ଶାନ୍ତି ଭଳି ପାଞ୍ଚଟି କ୍ଷେତ୍ର ପାଇଁ ବିଜେତାଙ୍କ ନାମ ଘୋଷଣା ସହିଛି। କେବଳ ଅର୍ଥଶାସ୍ତ୍ରରେ ବାକି ଥିଲା, ଯାହା ଗତକାଲି ଘୋଷିତ ହୋଇଛି।

ପ୍ରତିବର୍ଷ ଅକ୍ଟୋବର ୭ରୁ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଏ। ଏହା ପରେ ଆଲଫ୍ରେଡ ନୋବେଲଙ୍କ ଜୟନ୍ତୀ ଅବସରରେ ପୁରସ୍କାର ଦିଆଯାଏ। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଏବଂ ନୋବେଲ୍ ମେଡାଲ୍ ଦିଆଯାଏ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score