Explore

Search

July 15, 2025 10:23 am

Genres

ମହାକାଶ ପଥେ ପୁଣି ଜଣେ ଭାରତୀୟ, ପ୍ରସ୍ତୁତି କରୁଛନ୍ତି ଅନିଲ ମେନନ

ମହାକାଶ ଗବେଷଣା କ୍ଷେତ୍ରେ ପୁଣି ଆଉଜଣେ ଭାରତୀୟଙ୍କ ସଫଳତା l ଭାରତୀୟ ମହାକାଶଚାରୀ ଅନୀଲ ରୁଷର ମହାକାଶଯାତ୍ରୀ ପିୟୋଟର ଓ ଆନାଙ୍କ ସହ ଫ୍ଲାଇଟ୍‌ ଇଞ୍ଜିନିୟର ଭାବେ ମହାକାଶ ଯିବେ ଅନୀଲ ସେଠାରେ ପ୍ରାୟ ଆଠ ମାସ କାର୍ଯ୍ୟ କରିବେ l ତେବେ ଏହି ମିଶନରେ ମେନନ ବୈଜ୍ଞାନିକ ଗବେଷଣା ଓ ନୂତନ ପ୍ରଯୁକ୍ତି ପରୀକ୍ଷଣ କରିବେ l ଯାହା ଭବିଷ୍ୟତ ମହାକାଶ ଅଭିଯାନ ଓ ମାନବଜାତିର କଲ୍ୟାଣ ପାଇଁ ସହାୟକ ହେବ l ସୂଚନଯୋଗ୍ୟ ଯେ, ୧୯୭୬ରେ ଭାରତୀୟ ଓ ୟୁକ୍ରେନୀୟ ପରିବାରରେ ଜନ୍ମଗ୍ରହଣ କରିଥିବା ମେନନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ନ୍ୟୁରୋବାୟୋଲୋଜିରେ ସ୍ନାତକ କରିଥିବା ବେଳେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଓ ମେଡିକାଲ ଡିଗ୍ରୀ ହାସଲ କରିଛନ୍ତି ଅନିଲ l ଏଥିସହିତ ଏମରଜେନ୍ସି ମେଡିସିନ୍‌ ଓ ଏରୋସ୍ପେସ୍‌ ମେଡିସିନରେ ସ୍ପେଶାଲାଇଜେସନ୍‌ କରିଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score