Explore

Search

March 28, 2025 8:24 pm

Genres

ଭିକ୍ଟୋରିଆ ଜାଏରଙ୍କ ମୁଣ୍ଡରେ ମିସ ୟୁନିଭର୍ସ ୨୦୨୪ର ମୁକୁଟ

Victoria Kjær - Miss Universe 2024

ମେକ୍ସିକୋ ସିଟି: ଚଳିତ ବର୍ଷ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଭିକ୍ଟୋରିଆ ଜାଏର ଥେଇଲଭିଗ୍‌ ଟାଇଟଲ ଜିତିଛନ୍ତି । ମୋଟ ୧୨୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମେକ୍ସିକୋରେ ଶନିବାର ଅନୁଷ୍ଠିତ ୭୩ତମ ବିଶ୍ବ ସୁନ୍ଦରୀ ଟାଇଟଲ୍‌କୁ ୨୧ ବର୍ଷୀୟ ଜାଏର ନିଜ ନାମରେ କରିଛନ୍ତି। ଡେନ୍‌ମାର୍କର ପ୍ରଥମ ମହିଳା ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତର ରିଆ ସିଙ୍ଘା ମଧ୍ୟ ସାମିଲ ହୋଇଥିଲେ। ତେବେ ସେ ପ୍ରଥମ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇପାରି ନ ଥିଲେ। ନାଇଜେରିଆର ଚିଡିମା ଆଡେଟ୍ସହିନା ପ୍ରଥମ ଏବଂ ମେକ୍ସିକୋ ସୁନ୍ଦରୀ ମାରିଆ ଫ୍ରେନାନ୍‌ଡା ବେଲ୍‌ଟ୍ରାନ ଦ୍ବିତୀୟ ରନର୍ସ-ଅପ୍‌ ହୋଇଛନ୍ତି।

ବିଶ୍ବ ସୁନ୍ଦରୀ ଭିକ୍ଟୋରିଆ ଯୁବ ଉଦ୍ୟୋଗପତି ଏବଂ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ନାମ କମାଇଛନ୍ତି। ୨୦୦୪ରେ ଡେନ୍‌ମାର୍କରେ ଜନ୍ମିତ ଏହି ବିଶ୍ବ ସୁନ୍ଦରୀ ‘ବିଜ୍‌ନେସ୍‌ ଆଣ୍ଡ ମାର୍କେଟିଂ’ ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି l ସେ ନିଜ ଦକ୍ଷତାକୁ ଅଳଙ୍କାର ଉଦ୍ୟୋଗରେ ପ୍ରତିପାଦନ କରିଛନ୍ତି। ହୀରା ବ୍ୟବସାୟରେ ସଫଳ ହୋଇଛନ୍ତି। ଏବେ ସେ ଓକିଲାତିରେ କ୍ୟାରିୟର କରିବାକୁ ଚାହୁଁଛନ୍ତି l ମାନସିକ ସ୍ବାସ୍ଥ୍ୟ, ପଶୁପକ୍ଷୀଙ୍କ ସୁରକ୍ଷାକୁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି। ସେ ପ୍ରଥମେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ମିସ୍‌ ଡେନ୍‌ମାର୍କ ହୋଇଥିଲେ। ପରେ ଭିକ୍ଟୋରିଆ ଆଉ ପଛକୁ ନ ଫେରି ୨୦୨୨ରେ ‘ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ’ ପ୍ରତିଯୋଗିତାରେ ପ୍ରମୁଖ ୨୦ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ହୋଇଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score