ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ୱିଜିତା ହେରାଥ, ସ୍ୱାସ୍ଥ୍ୟମନ୍ତ୍ରୀ ନଲିନ୍ଦା ଜୟତିସା ଏବଂ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖର ବିମାନବନ୍ଦରରେ ଉପସ୍ଥିତ ଥିଲେ ।
ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀଲଙ୍କାରେ ସର୍ବୋଚ୍ଚ ସମ୍ମାନ ମିତ୍ର ବିଭୂଷଣ ପ୍ରଦାନ କରାଯାଇଛି । ଯାହାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିବା ସହ ଶ୍ରୀଲଙ୍କା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା । ଗତ ୭ ମାସ ମଧ୍ୟରେ କୌଣସି ବିଦେଶୀ ନେତାଙ୍କ ଏହା ପ୍ରଥମ ଶ୍ରୀଲଙ୍କା ଗସ୍ତ ।ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ୨୦୧୯ରେ ଶ୍ରୀଲଙ୍କା ଗସ୍ତ କରିଥିଲେ ଏବଂ ୨୦୧୫ ପରେ ଏହା ତାଙ୍କର ଚତୁର୍ଥ ଶ୍ରୀଲଙ୍କା ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ସ୍ୱତନ୍ତ୍ର । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ସହ ଶକ୍ତି, ବାଣିଜ୍ୟ ଓ ଯୋଗାଯୋଗ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏହି ଚୁକ୍ତି ହୋଇଛି।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |