Explore

Search

February 15, 2025 2:31 am

Genres

ଟ୍ରମ୍ପଙ୍କ ନେତୃତ୍ଵରେ ଅନୁଷ୍ଠିତ କ୍ବାଡ ସମ୍ମିଳନୀ ରେ ଭାରତକୁ ପ୍ରତିନିଧିତ୍ଵ କଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର

Jaishankar: India to Host Quad Summit 2025

ଆମେରିକା/ ନୂଆଦିଲ୍ଲୀ: ନିକଟରେ ଆମେରିକାର ରାଷ୍ଟ୍ରପତି ରୂପେ ପୁନର୍ବାର ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ l ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି କ୍ବାଡ ସମ୍ମିଳନୀ। ଭାରତ ପକ୍ଷରୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର l ରାଜଧାନୀ ୱାଶିଂଟନ ଡିସିରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା।
ଟ୍ରମ୍ପ ଶପଥ ଗ୍ରହଣ କରିବା ପରେ ସେକ୍ରେଟାରୀ ଅଫ ଷ୍ଟେଟ ଭାବରେ ମାର୍କୋ ରୁବିଓଙ୍କୁ ନିଯୁକ୍ତି ଦେଇଥିଲେ। ରୁବିଓ ଏହି କ୍ବାଡ ବୈଠକର ଦାୟିତ୍ଵ ତୁଲାଇଥିଲେ ।
ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପକ୍ଷରୁ ପେନି ଓଙ୍ଗ ଓ ଜାପାନର ଟାକେଶି ଇୱାୟା ଯୋଗ ଦେଇଥିଲେ। ଏହି ବୈଠକରେ ମିଳିତ ଭାବରେ ଏକତ୍ର ହୋଇ ଆଗକୁ ବଢିବା ଉପରେ ଗୁରୁତ୍ବ ଦେଇଥିଲେ। ବୈଠକ ପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଥିଲେ। ସମସ୍ତ ବୈଦେଶିକ ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ବେଶ ଫଳପ୍ରଦ ରହିଛି। ଟ୍ରମ୍ପ ଶପଥ ନେବାର କିଛି ଘଣ୍ଟା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଶାନ୍ତ ମହାସାଗରରେ ଅବାଧ ଚଳାଚଳ ଓ ନୌସେନାକୁ ଅଧିକ ସଙ୍ଗଠିତ କରିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହେବା ସହିତ ବିଶ୍ବ ସମସ୍ୟାର କିପରି ସମାଧାନ ହୋଇ ପାରିବ ସେ ସମସ୍ତ ବିଷୟ ଉପରେ ଆଲୋଚନା ହୋଇଥିଲା। ଯାହା ସମଗ୍ର ବିଶ୍ବରେ ଅସ୍ଥିରତା ଲାଗି ରହିଥିବା ବେଳେ କ୍ବାଡ ବିଶ୍ବ ଶାନ୍ତି ଦିଗରେ କାର୍ଯ୍ୟ କରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score