Explore

Search

February 15, 2025 9:29 am

Genres

ଆମେରିକାରେ ଆଜି ରାଷ୍ଟ୍ରପତି ରୂପେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ

donald trump oath ceremony

ଆମେରିକା: ଆମେରିକାରେ ଆରମ୍ଭ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ l ହ୍ୱାଇଟ ହାଉସ ରେ ଦ୍ଵିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ l ଆଜି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ସହିତ ଭାରତୀୟ ସମୟ ରାତି ସାଢେ ୧୦ଟା ଓ ଆମେରିକା ସମୟ ମଧ୍ୟାହ୍ନ ୧୨ଟାରେ ରାଷ୍ଟ୍ରପତି ଭାବରେ ଶପଥ ନେବେ ଟ୍ରମ୍ପ। ନୂଆ ରାଷ୍ଟ୍ରପତିଙ୍କ ଶପଥ ସମାରୋହକୁ ଦେଖିବା ପାଇଁ ଏଯାବତ ୨ ଲକ୍ଷ ୨୦ ହଜାର ଟିକେଟ୍ ବିକ୍ରି ହୋଇସାରିଥିବା ବେଳେ ଟିକେଟ୍ ନଥିବା ଦର୍ଶକ ନ୍ୟାଶନାଲ ମଲରୁ ଶପଥ ଉତ୍ସବ ଦେଖିପାରିବେ। ଏହି ଅବସରରେ ଉତ୍ସବମୁଖର ହୋଇପଡିଛି ୱାଶିଂଟନ l ଫ୍ଲୋରିଡାରୁ ୱାଶିଂଟନରେ ପହଞ୍ଚିଛନ୍ତି ଟ୍ରମ୍ପଙ୍କ ସପରିବାର। ଭବ୍ୟ ଶପଥ ସମାରୋହ ପାଇଁ ପ୍ରସ୍ତୁତ ହୋଇଛି କ୍ୟାପିଟାଲ ହିଲ୍ ରୋତୁଣ୍ଡା। ମଞ୍ଚ ପ୍ରସ୍ତୁତ, ଅତିଥି ବି ଆସିସାରିଲେଣି। ସୂଚନା ଅନୁଯାୟୀ ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ ଟ୍ରମ୍ପଙ୍କୁ ଶପଥପାଠ କରାଇବେ। ଦୁଇ ହାତରେ ଦୁଇଟି ବାଇବଲ ଧରି ଆମେରିକୀୟ ସମ୍ବିଧାନର ୩୫ଟି ମହତ୍ତ୍ୱପୂର୍ଣ୍ଣ ଶବ୍ଦର ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତ ପକ୍ଷରୁ ଉପସ୍ଥିତ ରହିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର। ଆଉ କିଛି ରାଷ୍ଟ୍ରନେତା ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତିମାନେ ସାମିଲ ହେବେ। ସେହିପରି ପତ୍ନୀଙ୍କ ସହ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମଧ୍ଯ ଟ୍ରମ୍ପଙ୍କ ଶପଥ ସମାରୋହରେ ସାମିଲ ହେବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score