Explore

Search
Close this search box.

Search

December 14, 2024 3:58 am

Genres

ଶୀତଦିନେ ଶାଗର ଉପଯୋଗୀତା, ମିଳିବ ଓମେଗା-୩

benefits of green leaf

ସାଧାରଣ ଭାବେ ଶୀତ ଦିନେ ପାଳଙ୍ଗ ଶାଗ, ମୂଳା, ସୋରିଷ ଶାଗ ଅଧୂକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍-ଏ, ଭିଟାମିନ୍ ‘ସି’, ଭିଟାମିନ୍ ‘ଇ’, ଫଲିକ୍ ଏସିଡ୍, ଲୌହ, କ୍ୟାଲ୍‌ସିୟମ୍, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ପରି ଅନେକ ଉପାଦାନ ଭରି ରହିଛି। ଗାଜରରେ ବିଟା କାରୋଟିନ୍, ଭିଟାମିନ୍ ‘ସି’, ବିଟ୍‌ରେ ଭିଟାମିନ୍-ଏ, ବି,ସି, କେ ଭରି ରହିଛି। ଜୁସ୍ ହିସାବରେ ଏହା ଖୁବ୍ ଉପଯୋଗୀ। ଶାଗରୁ ମଧ୍ୟ ଅତି ଉପକାରୀ ଓମେଗା-୩ ନାମକ ସ୍ନେହସାର ମିଳିଥାଏ। ତେଣୁ ନିୟମିତ ଶାଗ ଖାଇଲେ ଶରୀରରେ ରକ୍ତହୀନତା, ହୃଦ୍‌ରକ୍ତନଳୀ ରୋଗ, ମଧୁମେହ, କୋଷ୍ଠକାଠିନ୍ୟ ହେବାର ଆଶଙ୍କା କେତେକାଂଶରେ ହ୍ରାସ ପାଏ I ଶୀତ ଦିନେ ତଟକା ଗାଜର, ବିଟ୍ ଓ କନ୍ଦମୂଳ ପ୍ରଚୁର ପରିମାଣରେ ମିଳେ। ମୂଳାରେ ଭିଟାମିନ୍, ଖଣିଜ ଲବଣ ଆଦି ରହିଛି। ତେଣୁ ଡାଇବେଟିସ୍ ଓ ପୃଥୁଳ ରୋଗୀମାନେ ଏହାକୁ ନିରାପଦରେ ଖାଇପାରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score