ଆଜି ମୁମ୍ବାଇସ୍ଥିତ ୱାଙ୍ଖଡେ ଷ୍ଟାଡ଼ିୟମରେ ଆଇପିଏଲର ୩୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଉଭୟ ଦଳ ବର୍ତ୍ତମାନ ସୁଦ୍ଧା ସମାନ ସ୍ଥିତିରେ ରହିଛନ୍ତି। ଉକ୍ତ ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ମ୍ୟାଚ ମୁଖ୍ୟତଃ ହାଇଦ୍ରାବାଦ ବ୍ୟାଟିଂ ଓ ମୁମ୍ବାଇ ବୋଲିଂ ମଧ୍ୟରେ ଲଢେଇ ହେବା ନେଇ ଆଶା କରାଯାଉଛି।
ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବାଇ ଇଣ୍ଡିଆନ୍ସ ୬ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଅନ୍ୟପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୬ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୪ଟି ପରାଜିତ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |