Explore

Search

February 15, 2025 2:31 am

Genres

ଭାରତୀୟ ମହିଳା ଜିତିଲା ପ୍ରଥମ ଖୋ ଖୋ ବିଶ୍ୱକପ୍ ଟ୍ରଫି

womens kho kho world cup 2025

ବିଶ୍ଵ କ୍ରୀଡା କ୍ଷେତ୍ରରେ ଭାରତର ଚମତ୍କାରିତା ପ୍ରଦର୍ଶନ l ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ଖୋ ଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଖୋଖୋ ଦଳ ଐତିହାସିକ ବିଜୟ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ନେପାଳ ମହିଳା ଖୋଖୋ ଦଳକୁ ପରାସ୍ତ କରି ବିଜୟ ହାସଲ କରିଛି ଭାରତୀୟ ମହିଳା ଖୋଖୋ ଦଳ l ସୂଚନା ଅନୁଯାୟୀ ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ୩ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ସରକାର ଭାରତୀୟ ଜାତୀୟ ଖୋଖୋ ଦଳକୁ ସ୍ପନସର କରୁଛନ୍ତି । ଏଥିପାଇଁ ବର୍ଷକୁ ୫ କୋଟି ଏବଂ ସମୁଦାୟ ୧୫ କୋଟି ଟଙ୍କା ପ୍ରଦାନ କରାଯିବ । ତେବେ ମହିଳା ଖୋଖୋ ଦଳ ବିଶ୍ୱ ଚାମ୍ପିୟନ ବନିବା ପରେ କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଟ୍ୱିଟ୍ କରି ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଭାରତୀୟ ମହିଳା ଖୋଖୋ ଦଳର ସମସ୍ତ କ୍ରୀଡ଼ାବିତମାନେ ବିଶ୍ୱ ମଞ୍ଚରେ ଆମ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି । ଆଜିର ଏହି ଐତିହାସିକ ବିଜୟ ଦେଶର ଲକ୍ଷ ଲକ୍ଷ ଯୁବ ମହିଳା କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ନିଜର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ପ୍ରଦାନ କରିବ” ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score