Explore

Search

February 15, 2025 12:25 am

Genres

ଫାଇନାଲରେ ନିରଜ : ମୈଦାନ ରେ ହେବ କଡା ଟକ୍କର

Paris Olympic 2024

ଫାଇନାଲରେ ନିରଜ ଚୋପ୍ରା । ଆଜି କ୍ବାଲିଫାୟରର ପ୍ରଥମ ଥ୍ରୋ ରେ ସେ କ୍ବାଲିଫାୟ କରିଛନ୍ତି। ଜାଭେଲିନ୍‌ରେ ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ 2024ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ପ୍ରଥମ ଥ୍ରୋ ୮୯.୩୪ ମିଟର ଦୂରକୁ ଫିଙ୍ଗିଛନ୍ତି। ଏହା ସହିତ ସେ ଫାଇନାଲରେ ପହଞ୍ଚିଛନ୍ତି। ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ। ନିରାଜଙ୍କର ଏହି ପ୍ରଦର୍ଶନ ତାଙ୍କର ସ୍ବର୍ଣ୍ଣ ଜିତିବାର ଆସ କୁ ଆହୁରି ଦ୍ବିଗୁଣିତ କରିଦେଇଛି । ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱୀ ଅର୍ଶଦ ନାଦିମ ମଧ୍ୟ ପ୍ରଥମ ପ୍ରୟାସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୮୬.୫୯ ମିଟର ଥ୍ରୋ କରିଥିଲେ। ସେ ମଧ୍ୟ ଫାଇନାଲରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ନୀରଜଙ୍କ ପରି ଏହା ମଧ୍ୟ ଅର୍ଶଦଙ୍କର ସିଜିନର ସର୍ବୋତ୍ତମ ଥ୍ରୋ ଥିଲା । ଏହା ସହିତ ଶ୍ରେଷ୍ଠ ୧୨ ଆଥଲେଟ୍ ମଧ୍ୟ ପଦକ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ତେବେ ସୂଚନା ଥାଉ କି ନିରଜ ଚଳିତ ଅଲିମ୍ପିକ୍ସରେ ୯୦ ମିଟର ଦୂରତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରରେ ବର୍ତ୍ତମାନ ନୀରଜ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ନୀରଜଙ୍କ ଜାଭେଲିନ ଥ୍ରୋ ଫାଇନାଲ ଆସନ୍ତା ୮ ତାରିଖରେ ହେବାକୁ ଯାଉଛି । ଏଥିନେଇ ସମଗ୍ର ବିଶ୍ୱର ନଜର ଏବେ ନିରଜ ଙ୍କ ପ୍ରଦର୍ଶନ କୁ ନେଇ ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score