Explore

Search

February 18, 2025 6:45 pm

Genres

ପ୍ୟାରିସ୍‌ ଅଲିମ୍ପିକ୍ସିରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ମନୁ ଭାକର

Olympic Medal winner Manu Khakar

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି ଶୁଟର ମନୁ ଭାକର । ମହିଳା ସୁଟିଂରୁ ବିଭାଗରୁ ଥମ ପଦକ ଆଣିଛନ୍ତି ୨୨ ବର୍ଷିୟା ମନୁ ଭାକର । ୨୨ ବର୍ଷୀୟ ମହିଳା ସୁଟର ମନୁ ଭାକର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସେ ମୋଟ ୬୦୦ରୁ ୫୮୦ ପଏଣ୍ଟ ହାସଲ କରି ୪୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।। ତେବେ ଗତକାଲି ଅପରାହ୍ଣ ୩.୩୦ରେ ୧୦ମିଟର ଏୟାର ରାଇଫଲ ପିସ୍ତଲ ଇଭେଣ୍ଟର ଫାଇନାଲରେ ଚମତ୍କାର ପଦର୍ଶନ କରି ବ୍ରୋଞ୍ଜ ପଦକ ଜିତିବା ସହ ଭାରତକୁ ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତାଇଛନ୍ତି ମନୁ ଭାକର ଏହାସହ ସୁଟିଂ ରେ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ମହିଳା । ମନୁ ଙ୍କ ସଫଳତା ପାଇଁ ଏବେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି ଏହାସହ ଢେରସାରା ପ୍ରସଂସାର ସୁଅ ମଧ୍ୟ ଛୁଟିଆସିଛି |ସୂଚନା ଥାଉ କି ଏହାପୂର୍ବରୁ ମନୁ ବିଶ୍ୱ ଚାମ୍ପିଅନସିପ୍‌, ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌, ଏସିଆନ ସୁଟିଂ ଚାମ୍ପିଅନସିପ୍‌, ଏସିଆନ୍‌ ଏୟାରଗନ୍‌ ଚାମ୍ପିଅନସିପ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୟୁଥ ଅଲିମ୍ପିକ୍ସ ଗେମ୍ସ, ୱାର୍ଲ୍ଡ ୟୁନିଭର୍ସିଟି ଗେମ୍‌, ଆଇଏସ୍‌ଏସ୍‌ଏଫ୍‌ ଜୁନିଅର ବିଶ୍ୱକପ୍‌ ଓ ଜୁନିଅର ଚାମ୍ପିଅନସିପ୍‌ରେ ସଫଳତା ଅର୍ଜନ କରିଥିଲେ।

ମନୁଙ୍କ ଏହି ସଫଳତାରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score