ରବିବାର ଦିନ କ୍ରିକେଟ ପ୍ରେମୀଙ୍କ ପାଇଁ ଥିଲା ଉତ୍ସାହର ଦିନ କାରଣ ଭାରତ ଓ ପାକିସ୍ତାନ ମଧ୍ଯରେ ଦୁବାଇରେ ଖେଳାଯାଇଥିବା ମହା ମୁକାବିଲାରେ ଟିମ୍ ଇଣ୍ଡିଆ ଦମଦାର ବିଜୟ ହାସଲ କରିଛି । ଏହି କ୍ରୀଡା ମୁକାବିଲାରେ ବଡ ବିଜୟ ହାସଲ କରି ପାକିସ୍ତାନକୁ ଧରାଶାୟୀ କରିଛି ଟିମ୍ ଇଣ୍ଡିଆ । ମାତ୍ର ୪୨.୩ ଓଭରରେ ଟିମ୍ ଇଣ୍ଡିଆ ୬ ୱିକେଟ ଥାଇ ପାକିସ୍ତାନକୁ ଚକମା ଦେଇଛି । ଭାରତ ପକ୍ଷରୁ ରନ ମେସିନ ବିରାଟ କୋହଲିଙ୍କ ବିସ୍ପୋରକ ଶତକ ଦେଖିବାକୁ ମିଳିଛି । ସେ ୧୧୧ ବଲରେ ନିଜର ଶତକ ହାସଲ କରିଥିଲେ ଓ ଶେଷ ଯାଏଁ ଅପରାଜିତ ରହିଥିଲେ । ଟିମ୍ ଇଣ୍ଡିଆର ପାକ୍ ବିଜୟ ଫଳରେ ପାକିସ୍ତାନ ଏବେ ସଂକଟରେ । କାରଣ ଚାମ୍ପିୟନ୍ସ ଟ୍ରଫିରେ ଆଗକୁ ବଢିବାର ସ୍ୱପ୍ନ ଏବେ ଦଳ ପାଇଁ କାଠିକର ପାଠ । ଗୋଟେ ପ୍ରକାର କହିବାକୁ ଗଲେ, ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରୁ ମୋଟାମୋଟି ଭାବରେ ବାହାର ହୋଇ ସାରିଛି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |