ରବିବାର ଦିନ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଦୁବାଇରେ ଭାରତକୁ ଭେଟିଥିଲେ ନ୍ୟୁଜିଲାଣ୍ଡ l ତେବେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ରନ୍ରେ ହରାଇଲା ଭାରତ l ଭାରତ ସର୍ବମୋଟ ୨୪୯/୯ ସ୍କୋର କରିଥିବା ବେଳେ ନ୍ୟୁଜିଲାଣ୍ଡ-୨୦୫/୧୦ ସ୍କୋର କରିଥିଲା l
ନ୍ୟୁଜିଲାଣ୍ଡ ପକ୍ଷରୁ ୱିଲିୟାମସନ୍ଙ୍କ ସର୍ବାଧିକ ୮୧ ରନ୍ କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀଙ୍କୁ ସର୍ବାଧିକ ୫ ୱିକେଟ ନେଇଥିଲେ l ଭାରତୀୟ ଖେଳାଳୀ କୁଳଦୀପ-୨; ପାଣ୍ଡ୍ୟା, ଅକ୍ଷର, ଜାଡେଜାଙ୍କୁ ୧-୧ ୱିକେଟ ମିଳିଥିଲା l
ସୂଚନାଯୋଗ୍ୟ ଯେ ୪ ମାର୍ଚ୍ଚରେ ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମୁକାବିଲା ହେବାକୁ ଥିବା ବେଳେ ୫ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି l ୯ ମାର୍ଚ୍ଚରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି ର ଫାଇନାଲ ମ୍ୟାଚ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |