ଆଇପିଏଲ୍ରେ ଆଜି ୨୪ତମ ମ୍ୟାଚ ଅବସରରେ ଏମ ଚିନ୍ନାସ୍ବାମୀ ଷ୍ଟାଡ଼ିୟମ ବେଙ୍ଗାଲୁରୁରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯିବ । ଏକମାତ୍ର ଦଳ ଭାବେ ଏପର୍ଯ୍ୟନ୍ତ ଅପରାଜୟ ରହିଥିବା ଦିଲ୍ଲୀର ବିଜୟଧାରାକୁ ବଜାୟ ରଖିବା ନେଇ ଖେଳିବ ।
ଅକ୍ଷର ପଟେଲଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍ସ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୬ ପଏଣ୍ଟ ପାଇଛି। ଦଳ ଲକ୍ଷ୍ନୌ ସୁପରଜିଆଣ୍ଟସ, ସନରାଇଜର୍ସ ହାଇଦରାବାଦ୍ ଓ ଚେନ୍ନଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ବ୍ୟାଟିଂରେ ଜ୍ୟାକ୍ ଫ୍ରେଜର ମ୍ୟାକଗ୍ରୁକ, ଲୋକେଶ ରାହୁଲ, ଅଭିଷେକ ପୋରେଲ, ସମୀର ରିଜ୍ଭି, ଟ୍ରିଷ୍ଟାନ ଷ୍ଟବ୍ସ ଓ ଆଶୁତୋଷ ଶର୍ମା ରନ କରୁଛନ୍ତି। ବୋଲିଂରେ ମିଚେଲ ଷ୍ଟାର୍କ ୯ଟି ୱିକେଟ ନେଇ ଫର୍ମରେ ରହିଛନ୍ତି। ଏହାଛଡ଼ା ମୁକେଶ କୁମାର, ମୋହିତ ଶର୍ମା , କୁଳଦୀପ୍ ଯାଦବ, ବିପରାଜ ନିଗମ ଓ ଅକ୍ଷର ପଟେଲ ମଧ୍ୟ ୱିକେଟ ନେଉଛନ୍ତି। ଉଭୟ କ୍ଷେତ୍ରରେ ଦଳ ଭଲ ପ୍ରଦର୍ଶନ କରୁଛୁ। ଦଳ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ଉଦ୍ୟମ କରିବ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |