Explore

Search

December 10, 2025 2:42 am

ହ୍ୟୁମାନ ସାଗର ଅସୁସ୍ଥ

ଭୁବନେଶ୍ୱର : ଓଡ଼ିଆ ଜଣାଶୁଣା ଗାୟକ ହ୍ୟୁମାନ ସାଗର ଅସୁସ୍ଥ । କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ହ୍ୟୁମାନ । ରିପୋର୍ଟ ଅନୁସାରେ, ଦୀର୍ଘଦିନ ହେବ କିଡନୀ ଓ ଲିଭର୍ ଜନିତ ସମସ୍ୟାରେ ପୀଡ଼ିତ ଥିଲେ ହ୍ୟୁମାନ । ଏନେଇ ଗତ କିଛିଦିନ ଧରି ଚିକିତ୍ସିତ ବି ହେଉଛନ୍ତି । ତେବେ ଅଧିକ ଚିକିତ୍ସା ଲାଗି ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସେପଟେ ହ୍ୟୁମାନଙ୍କ ଅସୁସ୍ଥ ଖବର ଶୁଣି ଫ୍ୟାନ୍ସ ମାନେ ଦୁଃଖ ପ୍ରକଶ କରିଛନ୍ତି । ଏହାସହ ଫ୍ୟାନ୍ସ ତଥା ସେଲିବ୍ରିଟି ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

ହ୍ୟୁମାନ ସାଗର ରୋମାଣ୍ଟିକ ଗୀତ ହେଉ ଅବା ଭଜନ ଅବା ଆଇଟମ୍ ଗୀତ ସବୁଥିରେ ସେ ମାହିର୍ । ହ୍ୟୁମାନ ସାଗରଙ୍କୁ ଓଡ଼ିଶାର ଅରିଜିତ ସିଂ ବୋଲି ମଧ୍ୟ ବିବେଚନା କରାଯାଏ । ତାଙ୍କ ଗୀତ ଲୋକଙ୍କ ମନରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛି । ସେ ପ୍ରଥମେ ‘ଭଏସ ଅଫ ଓଡ଼ିଶା ସିଜନ-2’ ଜିତି ଲୋକଲୋଚନକୁ ଆସିଥିଲେ । ପରେ ହ୍ୟୁମାନ ଅଭିଜିତ ମଜୁମଦାରଙ୍କ ନିର୍ଦ୍ଦେଶନାରେ ‘ଇସ୍କ ତୁ ହି ତୁ’ଫିଲ୍ମର ଟାଇଟଲ ଟ୍ରାକ ଗାଇବାର ସୁଯୋଗ ପାଇଥିଲେ । ଏହା ପରେ ସେ ଅନୁଭବ ମହାନ୍ତିଙ୍କ ‘ଗପ ହେଲେ ବି ସତ’ ଫିଲ୍ମରେ କଣ୍ଠଦାନ କରି ଚର୍ଚ୍ଚାକୁ ଆସିଥିଲେ । ଏହା ପରଠୁ ସେ ଆଉ ପଛକୁ ଚାହିଁନଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଗାଇ ଶ୍ରୋତାଙ୍କ ମନ ଜିଣିଲେ । ସେ ନିଜ କ୍ୟାରିଅରରେ 100ରୁ ଅଧିକ ହିଟ୍ ଗୀତ ଗାଇ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ଲୋକପ୍ରିୟତା ହାସଲ କରିଛନ୍ତି ।

ହ୍ୟୁମାନଙ୍କ ସଙ୍ଗୀତ ପ୍ରତି ତାଙ୍କର ନିଶା ଯୋଗୁଁ ସେ ଡାକ୍ତରୀ ପାଠପଢା ମଧ୍ୟ ଅଧାରୁ ଛାଡିଥିଲେ । ସେ ୩ୟ ଶ୍ରେଣୀରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ସଙ୍ଗୀତ ପ୍ରତି ଦୁବର୍ଳତା ତାଙ୍କୁ ଆଜି ବନାଇ ଦେଇଛି ଲୋକପ୍ରିୟ ଗାୟକ । ସେ ଗୀତ ପାଇଁ ପ୍ରଥମ ବର୍ଷରୁ ହିଁ ନିଜ ଡାକ୍ତରୀ ପାଠପଢା ଛାଡ଼ିଥିଲେ ।

ସେ ‘ଲଭ ୟୁ ହମେସା’, ‘ଜବରଦସ୍ତ ପ୍ରେମିକ’, ବେବି, ପ୍ରେମ ନିଶା ନିଆରା ନିଆରା, ତୁ ମୋ ଲଭ ଷ୍ଟୋରୀ, ରୋମିଓ ଜୁଲିଏଟ, ଲୈଲା ଲୈଲା, ଟୋକାଟା ଫସିଗଲା, 4 ଇଡିଅଡସ, ବ୍ଲାକମେଲ, ଇସ୍କ ପୁଣିଥରେ, ପ୍ରେମ କୁମାର ଭଳି ଫିଲ୍ମରେ ଗୀତ ଗାଇଛନ୍ତି । ଗତବର୍ଷ ରିଲିଜ ହୋଇଥିବା ଅନୁଭବଙ୍କ ଫିଲ୍ମ ‘କର୍ମ’ ଗୀତ ‘ଚିରିଂ ଚିରିଂ’ ମଧ୍ୟ ଗାଇଥିଲେ । ଯାହା ବେଶ ଲେକପ୍ରିୟତା ସାଉଁଟିଥିଲା । ସେହିପରି ଚଳିତ ବର୍ଷ ଅନୁଭବଙ୍କ ଫିଲ୍ମ ‘ଚାରିଧାମ’ ଓ ଅର୍ଦ୍ଧେନ୍ଦୁଙ୍କ ଫିଲ୍ମ ‘ଚ୍ୟାଲେଞ୍ଜ’ ରେ ଗୀତ ଗାଇ ଲୋକଙ୍କ ମନ ଜିତିଛନ୍ତି । ପରିବାର ବିଷୟରେ କହିବାକୁ ଗଲେ, ସେ ଶ୍ରୀୟାଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ଜଣେ ଝିଅ ମଧ୍ୟ ରହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score