ନିକଟରେ ରିଲିଜ ହୋଇଛି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘କନ୍ନପ୍ପା’ର ଟିଜର l ଯାହାକୁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଏହା ପୂର୍ବରୁ ନିର୍ମାତା ଫିଲ୍ମ ସହିତ ଜଡିତ ଅଭିନେତା ମାନଙ୍କ ଲୁକ୍ ରିଲିଜ୍ କରିସାରିଛନ୍ତି।
ଏହି ଚଳଚ୍ଚିତ୍ରରେ ବିଷ୍ଣୁ ମାଞ୍ଚୁ ତାଙ୍କ ସଂପ୍ରଦାୟଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଶପଥ ନେଇଥିବାର ନଜର ଆସିଛନ୍ତି। ଜଣେ ଯୋଦ୍ଧା ଭୂମିକାରେ ଅଭିନୟ କରିଛନ୍ତି ଯିଏକି ତାଙ୍କ ସଂପ୍ରଦାୟଙ୍କ ଶେଷ ଭରସା।
ଏହି ଟିଜର ଏକ ଚେତାବନୀ ମାଧ୍ୟମରେ ଆରମ୍ଭ ହୋଇଛି, “ଆମ ସଂକଟର ସମୟ ବହୁତ ପାଖେଇ ଆସିଛି, ଶତ୍ରୁମାନେ ଆମ ସଂପ୍ରଦାୟକୁ ଧ୍ୱଂସ କରିବାକୁ ଯମଦୂତ ଭଳି ମାଡି ଆସୁଛନ୍ତି” ଏହି ଟିଜରରେ ବଲିଉଡ୍ ର ସୁପରଷ୍ଟାର ଅକ୍ଷୟ କୁମାର ମହାଦେବଙ୍କ ଭୂମିକାରେ ଏବଂ କାଜଲ ଅଗ୍ରୱାଲ ମାତା ପାର୍ବତୀ ଭୂମିକାରେ ନଜର ଆସିଛନ୍ତି।
ପ୍ରାୟ ୧ ମିନିଟ୍ ୨୫ ସେକେଣ୍ଡର ଏହି ଟିଜରରେ କିଛି ସେକେଣ୍ଡ ପାଇଁ ଏକ ଫାଇଟ୍ ସିକ୍ୱେନ୍ସ ଦେଖିବାକୁ ମିଳେ। ଏହି ସମୟରେ ବିଷ୍ଣୁ ମାଞ୍ଚୁ ଧନୁ ଓ ତୀରରେ ଶତ୍ରୁମାନଙ୍କ ସହ ଲଢୁଥିବା ଦେଖିବାକୁ ମିଳେ।
ବିଷ୍ଣୁ ମାଞ୍ଚୁଙ୍କ ବହୁ ପ୍ରତୀକ୍ଷିତ ଏହି ଚଳଚ୍ଚିତ୍ର ୨୫ ଏପ୍ରିଲ୍ ୨୦୨୫ରେ ପ୍ରେକ୍ଷାଳୟକୁ ଆସିବ। ଏହି ଚଳଚ୍ଚିତ୍ରରେ ବିଷ୍ଣୁ ମାଞ୍ଚୁଙ୍କ ବ୍ୟତୀତ ମୋହନ ବାବୁ, ପ୍ରଭାସ, ମୋହନଲାଲ, ଅକ୍ଷୟ କୁମାର, ଶରତ କୁମାର, କାଜଲ ଅଗ୍ରୱାଲ, ଅର୍ପିତ୍ ରାଙ୍କା, ବ୍ରାହ୍ମାନନ୍ଦମ, ସପ୍ତଗିରି, ମୁକେଶ ଋଷି, ମଧୁବାଲା, ଐଶ୍ୱର୍ଯ୍ୟା ଭାସ୍କର, ବ୍ରହ୍ମାଜୀ, ଦେବରାଜ, ରଘୁବାବୁ, ଶିବ ବାଲାଜୀ, ସମ୍ପତ ରାମ, ଲବୀ ପହନୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |