Explore

Search

June 13, 2025 5:36 pm

Genres

ବିଦେଶରେ ଓଡ଼ିଶାର ପ୍ରଥମ ଫିଚର ଫିଲ୍ମ – “ବାଘୁଣୀ-ଡ୍ୟାନ୍ସ ଲାଇକ୍ ଏ ଟାଇଗର୍”

ଦିନକୁ ଦିନ ମୁଣ୍ଡ ଟେକୁଛି ଓଲିଉଡ ଜଗତ l ବର୍ତ୍ତମାନ ଓଡ଼ିଆ ସିନେମା ଏବଂ ସିନେ ପ୍ରେମୀଙ୍କ ଲାଗି ଆସିଛି ଖୁସିର ଖବର l ଅନ୍ତର୍ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରଯୋଜନାରେ ଓଡ଼ିଶାର ପ୍ରଥମ ଫିଚର୍ ଫିଲ୍ମ ‘ବାଘୁଣୀ-ଡ୍ୟାନ୍ସ ଲାଇକ୍ ଏ ଟାଇଗର୍’ ନିର୍ମାଣ ହେବାକୁ ଯାଉଛି । ପ୍ରାଥମିକ ଭାବରେ ଭାରତ-ୟୁକେ ପ୍ରଡକ୍ସନ୍ ଏବଂ ପୋଲାଣ୍ଡ , ଜର୍ମାନୀ , ଇଟାଲୀ , ଚେକ୍ ରିପବ୍ଲିକ୍ ଓ ଆମେରିକା ସହଭାଗିତାରେ ନିର୍ମାଣ ହେଉଛି । ୭୮ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘ବାଘୁଣୀ’ ର ମୋସନ୍ ପୋଷ୍ଟର୍ ଉନ୍ମୋଚିତ ହୋଇଯାଇଛି । ଫେଷ୍ଟିଭାଲରେ ଆୟୋଜିତ ଭାରତ ପାଭିଲିୟନରେ ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ ଏହି ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଭାରତ ସରକାରଙ୍କ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନଏଫଡିସି) ସହ ପ୍ରଯୋଜନାରେ ନିର୍ମିତ ହେବ । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସିନେ ନିର୍ମାତା,ପ୍ରଯୋଜକ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ଦ୍ବାରା ରଚିତ ଓ ନିର୍ଦ୍ଦେଶିତ , ୟୁକେ ସ୍ଥିତ ଓଡ଼ିଆ ଉଦ୍ୟୋଗୀ ପାର୍ଥ ପଣ୍ଡା ଏହାର ପ୍ରଯୋଜକ ଅଛନ୍ତି ।ଏହି ଫିଲ୍ମ ବିଭିନ୍ନ ଦେଶରେ ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ । ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେଉଛି ଏବଂ ମୁଖ୍ୟ ଭୂମିକାରେ ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଅଭିନୟ କରୁଛନ୍ତି । ଆସନ୍ତା ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଓଡ଼ିଶା ଏବଂ ଲଣ୍ଡନର ବିଭିନ୍ନ ସ୍ଥାନରେ ସୁଟିଂ ହେବାକୁ ଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score