Explore

Search

January 19, 2025 2:41 am

Genres

ପରଲୋକରେ ବିଶିଷ୍ଟ ତବଲା ବାଦକ ଏଵଂ ସଙ୍ଗୀତଜ୍ଞ ଜାକିର ହୁସେନ୍

zakir hussain death

ମୁମ୍ବାଇ: ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତ ପାଇଁ ଦୁଃଖର ବିଷୟ l ଗତକାଲି ହୃଦଘାତ ଜନିତ ସମସ୍ୟାରୁ ସଙ୍ଗୀତଜ୍ଞ ଜାକିର ହୁସେନ୍ ଆମେରିକାର ସାନ୍ ଫ୍ରାନ୍ସିସକୋରେ ଏକ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ୭୩ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ନିଜର ସଙ୍ଗୀତ ସାଧନା ପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ନାନ ମିଳିବା ସହିତ ଉସ୍ତାଦ ଜାକିର ହୁସେନ୍ ୩ ଥର ଗ୍ରାମୀ ଆୱାର୍ଡ ପାଇଛନ୍ତି l ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି। ୧୯୯୯ ରେ ତାଙ୍କୁ ଆମେରିକାର ନ୍ୟାସନାଲ ଏଣ୍ଡୋମେଣ୍ଟ ଜାତୀୟ ଐତିହ୍ୟ ଫେଲୋସିପ୍ ପ୍ରଦାନ କରିଥିଲା। ଏହା ପରେ ଉସ୍ତାଦ୍ ଜାକିର ହୁସେନ୍ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଶ୍ୱ ରାଷ୍ଟ୍ରଦୂତ ଭାବରେ ମାନ୍ୟତା ପାଇଲେ।

୧୯୫୧ ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ଜାକିର ହୁସେନ୍। ମାତ୍ର ତିନି ବର୍ଷ ବୟସରେ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ ଜାକିର । ସପ୍ତାହ ତଳେ ସେ ମେଡିକାଲରେ ଭର୍ତ୍ତି ହୋଇଥିବା ତାଙ୍କ ବନ୍ଧୁ ବଂଶୀ ବାଦକ ରାକେଶ ଚୌରାସିଆ ସୂଚନା ଦେଇଥିଲେ। ତାଙ୍କ ବିୟୋଗରେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score