ନିଜର ଫଟୋକୁ କାର୍ଟୁନର ରୂପରେ ଦେଖିଲେ କିଏ ବା ଖୁସି ନ ହେବ l ବର୍ତ୍ତମାନ ଘିବଲି ଏଆଇ ଇମେଜ୍ ନାମକ ଏକ ନୂଆ ଟ୍ରେଣ୍ଡର ଆରମ୍ଭ ହୋଇଯାଇଛି । ଯାହାକୁ ଦେଖ ନିଜ ଫଟୋକୁ ଚାଟଜିପିଟି ଏବଂ ଗ୍ରୋକ୍ ଭଳି ପ୍ଲାଟଫର୍ମରେ ଅପଲୋଡ୍ କରି ଘିବଲି ଇମେଜ୍ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । ସୋସିଆଲ୍ ମିଡିଆରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସଭିଏଁ ଘିବଲି ଏଆଇ ଇମେଜ୍ ପ୍ରେମରେ କବଳିତ l
ଆଜିର ଟ୍ରେଣ୍ଡର ଦୁନିଆରେ ଯେତେବେଳେ ବି କିଛି ନୂଆ ଭାଇରାଲ୍ ହୁଏ ସୋସିଆଲ୍ ମିଡିଆ ୟୁଜରଙ୍କ ପ୍ରଥମ ପସନ୍ଦ ପାଲଟିଯାଏ । ସେ ଇନଷ୍ଟାରେ ଭାଇରାଲ୍ ହେଉଥିବା ଗୀତ ହେଉ କି କୌଣସି ଡ୍ୟାନ୍ସ ଷ୍ଟେପ୍ ସବୁକୁ ଫଲୋ କରିବାକୁ ପସନ୍ଦ କରନ୍ତି ୟୁଜର୍ସ । ଏଇ ଯେମିତି ବର୍ତ୍ତମାନ ଘିବଲି ଏଆଇ ଇମେଜ୍ ନାମକ ଏକ ନୂଆ ଟ୍ରେଣ୍ଡର ଆରମ୍ଭ ହୋଇଯାଇଛି । କାର୍ଟୁନଠାରୁ ଆରମ୍ଭ କରି କମିକ୍ ପର୍ଯ୍ୟନ୍ତ ଫଟୋ ସବୁକୁ ‘କ୍ୟୁଟ୍’ କ୍ୟାପ୍ସନ୍ ଦେଇ ପୋଷ୍ଟ୍ କରୁଛନ୍ତି ।
ଚାଟ ଜିପିଟିକୁ ଦେଖିବା ପରେ ଏଲନ୍ ମସ୍କ୍ ଏଆଇ ଚାଟବଟ୍ ଗ୍ରୋକ୍ ୩ରେ ଘିବଲି ଷ୍ଟାଇଲ୍ ଇମେଜ ଫିଚରକୁ ସାମିଲ୍ କଲେ । ୟୁଜର୍ସ ମଧ୍ୟ ଏହାର ଭରପୂର ଫାଇଦା ଉଠାଇଲେ । ଯାହାର ବି ହ୍ବାଟସଆପ୍ ଏବଂ ଫେସବୁକ୍ ଷ୍ଟାଟସକୁ ଦେଖ ଘିବଲି ଷ୍ଟାଇଲ୍ ଫଟୋ ଲାଗିଲା । କିନ୍ତୁ ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ଡିଜିଟାଲ୍ ପ୍ରାଇଭେସି । ରିପୋର୍ଟ ମୁତାବକ, ସାଇବର୍ ଏକ୍ସପର୍ଟ ଏନେଇ ପ୍ରଶ୍ନ ଉଠାଉଛନ୍ତି କି ଓପନ୍ ଏଆଇ ଏହି ନୂଆ ଟ୍ରେଣ୍ଡର ଆଢୁଆଳରେ ହଜାର ହଜାର ଫଟୋକୁ ଏକତ୍ର କରୁଛି କେବଳ ଏଆଇ ଟ୍ରେନିଙ୍ଗରେ ଏସବୁ ଫଟୋ ବ୍ୟବହାର କରିବା ପାଇଁ । ଗୋଟିଏ ପଟେ ଘିବଲି ଇମେଜ ଲୋକଙ୍କୁ ପ୍ରେମରେ ପକାଇଛି ଆଉ ଗୋଟିଏ ପଟେ ଏକ୍ସପର୍ଟ ସତର୍କ କରାଇଲେଣି । ଏକ୍ସପର୍ଟଙ୍କ କହିବାନୁସାରେ, ୟୁଜର ଅଜାଣତରେ ଓପନ୍ ଏଆଇକୁ ନିଜର ଫ୍ରେଶ୍ ଫେସିୟଲ୍ ଡାଟା ପରଶୁଛନ୍ତି ଯାହାଦ୍ବାରା ପ୍ରାଇଭେସି ସହ ଜଡ଼ିତ ଥିବା ସାଂଘାତିକ ସମସ୍ୟା ମୁଣ୍ଡ ଟେକିପାରେ । ସରଳ ଭାଷାରେ କହିଲେ, ଆପଣଙ୍କ ବ୍ୟକ୍ତିଗତ ଫଟୋର ସୁରକ୍ଷା ଉପରେ ଏଆଇର ଆଖି ପଡ଼ିଛି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |