ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ଵାରା ପରିଚାଳିତ ୟୁଜିସି ନେଟ ପରୀକ୍ଷା ପାଇଁ ଜାନୁଆରୀ ୧୫ ଏବଂ ୧୬ ରେ ହେବାକୁ ଥିବା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ହୋଇଛି । ଏହି ପରୀକ୍ଷାରେ ଯୋଗଦେବାକୁ ଥିବା ସମସ୍ତ ପ୍ରାର୍ଥୀ ୟୁଜିସି ନେଟ୍ ର ଅଫିସିଆଲ୍ ୱେବସାଇଟ୍ ugcnet.nta.ac.inକୁ ଯାଇ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।ଏହି ପରୀକ୍ଷା ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇସାରିଥିବା ବେଳେ ପର୍ଯ୍ୟାୟକ୍ରମେ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥିଲା ଏବଂ ଏବେ ଗତ ଦୁଇ ଦିନ ଅର୍ଥାତ୍ ୧୫ ଏବଂ ୧୬ ଜାନୁଆରୀର ପରୀକ୍ଷାର ପାଇଁ ଆଡମିଟ୍ କାର୍ଡ ମଧ୍ୟ ଜାରି କରାଯାଇଛି ।
UGC NET: ଆଡମିଟ୍ କାର୍ଡ କିପରି ଡାଉନଲୋଡ୍ କରିବେ?
ସର୍ବପ୍ରଥମେ ୟୁଜିସି ନେଟ୍ ର ଅଫିସିଆଲ୍ ୱେବସାଇଟ୍ ugcnet.nta.ac.inକୁ ଯାଇ ତା’ପରେ ଆଡମିଟ୍ କାର୍ଡ ପୃଷ୍ଠାକୁ ଯାଆନ୍ତୁ । ଏହା ପରେ ଆପଣଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ଏଣ୍ଟର କରନ୍ତୁ ଏବଂ ଲଗଇନ୍ କରନ୍ତୁ । ଏବେ ଆପଣଙ୍କର ୟୁଜିସି ନେଟ୍ ଆଡମିଟ୍ କାର୍ଡ ଦେଖନ୍ତୁ ଏବଂ ଏହାକୁ ଡାଉନଲୋଡ୍ କରନ୍ତୁ ।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି UGC NET ୨୦୨୪ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ଼ ଜାରି କରିଛି । ଆସନ୍ତା ଜାନୁଆରୀ ୩ରୁ ୧୬ ପର୍ଯ୍ୟନ୍ତ ଏହି ପରୀକ୍ଷା ଆୟୋଜିତ ହେବାକୁ ଯାଉଛି । UGC NET ୨୦୨୪ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ ugcnet.nta.ac.in କୁ ଯାଇ ନିଜ ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିପାରିବେ ବୋଲି ଜଣା ପଡିଛି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |