Explore

Search

January 19, 2025 2:41 am

Genres

ଏକ୍ସ-ଜେନ କଲେଜ ଅଫ୍ ଭିଜୁଆଲ୍ ଆର୍ଟ : ଆନିମେସନ ଶିକ୍ଷାରେ ଗୁଣାତ୍ମକ ଅନୁଷ୍ଠାନ

xgen college of visual art

ବଦଳିଛି ସମୟ ଓ ବଦଳିଛି ଶିକ୍ଷା ପଦ୍ଧତି l ଇଞ୍ଜିନିୟରିଂ, ସାମ୍ବାଦିକତା, ମନୋରଞ୍ଜନ, ଆନିମେସନ୍,ଭିଏଫକ୍ସ, ଡିଜାଇନ୍ ପରି ବିଷୟ ରେ ପିଲାଙ୍କ ଚାହିଦା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି l ବର୍ତ୍ତମାନ ମନୋରଞ୍ଜନ, ବିଜ୍ଞାପନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏହାର ଚାହିଦା ଅଧିକ ଦେଖିବାକୁ ମିଳୁଥିବା ବେଳେ ଆମ ରାଜ୍ଯ ଓଡିଶାରେ ଆନିମେସନ୍ ଇଣ୍ଡଷ୍ଟ୍ରି ଦ୍ରୁତ ଗତିରେ ବିସ୍ତାର କରୁଛି l ଯାହା ଯୁବକ, ସୃଜନଶୀଳ ବ୍ୟକ୍ତିବିଶେଷଙ୍କ ପାଇଁ ଉତ୍ସାହଜନକ ସୁଯୋଗ ସୃଷ୍ଟି କରୁଛି l

ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଏକ୍ସ-ଜେନ କଲେଜ ଯାହା ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ସହିତ ଅନୁବନ୍ଧିତ ରାଜ୍ୟର ଏକ ମାତ୍ର ତଥା ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯାହା ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କୁ ସୁଯୋଗ ଦେଇଥାଏ l ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନ ଥ୍ରୀଡି ଆନିମେସନ, ଫିଲ୍ମ ମେକିଂ, ଫାଇନ ଆର୍ଟ, ଗେମ୍ ଡିଜାଇନ୍, ଭିଜୁଆଲ ଇଫେକ୍ଟ ଏବଂ ଗ୍ରାଫିକ୍ସ ଡିଜାଇନ୍ ପରି ବିଷୟ ଉପରେ ଶିକ୍ଷା ପ୍ରଦାନ କରୁଛନ୍ତି l ଓଡ଼ିଶାର ପ୍ରଥମ ଆନିମେସନ ଚଳଚ୍ଚିତ୍ର ପେଟୁରାମ ତିଆରି କରି ଏକ୍ସ-ଜେନ କଲେଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l

ସବୁ ଠାରୁ ଉଲ୍ଲେଖନୀୟ ବିଷୟ ହେଉଛି କି, ଏହି ଶିକ୍ଷାନୁଷ୍ଠାନରେ ପଢ଼ିଥିବା ଛାତ୍ରଛାତ୍ରୀ ଦେଶର ବିଭିନ୍ନ ଲୋକପ୍ରିୟ ଟିଭି ଚ୍ୟାନେଲ, ବିଜ୍ଞାପନ ଏଜେନ୍ସି,, ପ୍ରଡକ୍ସନ୍ ହାଉସରେ କାର୍ଯ୍ୟରତ l ବର୍ତ୍ତମାନ ଏକ୍ସ-ଜେନ କଲେଜ ଅଫ୍ ଭିଜୁଆଲ୍ ଆର୍ଟ ୯ ପ୍ରକାର ପ୍ରୋଗ୍ରାମ ବିଷୟରେ ଶିକ୍ଷାଦାନ ପ୍ରଦାନ କରୁଛନ୍ତି l ଡିପ୍ଲୋମା ଇନ୍ ଥ୍ରୀଡି ଆନିମେସନ ଆଣ୍ଡ ଫିଲ୍ମ ମେକିଂ, ଡିପ୍ଲୋମା ଇନ୍ ଗ୍ରାଫିକ୍ ଡିଜାଇନ୍, ଡିପ୍ଲୋମା ଇନ୍ ଫାଇନ ଆର୍ଟ ପରି ବିଷୟ ଉପରେ ଶିକ୍ଷା ପ୍ରଦାନ କରୁଥିବା ବେଳେ ସ୍ନାତକ ଡିଗ୍ରୀ ମଧ୍ୟ ପ୍ରଦାନ କରୁଛନ୍ତି l

ଭବିଷ୍ୟତର ଆନିମେଟରମାନଙ୍କ ପାଇଁ ଓଡିଶାରେ ଭିଏଫଏକ୍ସ ପାଠ୍ୟକ୍ରମକୁ ପ୍ରଶିକ୍ଷଣ ଦେବାରେ ଏକ୍ସ-ଜେନ କଲେଜ ନେତୃତ୍ୱ ନେଉଛି ଯାହା ବର୍ତ୍ତମାନ ଶିଳ୍ପର ଆବଶ୍ୟକତା ଦୃଷ୍ଟିରେ ରଖି ଡିଜାଇନ୍ ସମ୍ପର୍କିତ ପାଠ୍ୟକ୍ରମ ପ୍ରଦାନ କରୁଛି l ଅଭିଜ୍ଞ ଶିକ୍ଷକମାନଙ୍କ ଶିକ୍ଷା ଓ ଆଧୁନିକ ଉପକରଣ ଜରିଆରେ ଥ୍ରୀଡି ଆନିମେସନ୍ ଏବଂ ଫିଲ୍ମ ମେକିଂ କୋର୍ସ ଅଫରରେ ଏକ୍ସ-ଜେନ କଲେଜର କୋର୍ସ ପ୍ରଦାନ କରିବା ସହିତ ଉତ୍ତମ ଶୈକ୍ଷିକ ବାତାବରଣ ମଧ୍ୟରେ ଗଢ଼ି ଉଠିଥିବା ଏକ୍ସ-ଜେନ କଲେଜ ଏହା ନିଶ୍ଚିତ କରେ ଯେ ଛାତ୍ରମାନେ କେବଳ କୁଶଳୀ ନୁହଁନ୍ତି ବରଂ ଶିଳ୍ପଜଗତ ପାଇଁ ପ୍ରସ୍ତୁତ ମଧ୍ୟ l

ପାଠ୍ଯକ୍ରମ ସରିବା ପରେ ଛାତ୍ରଛାତ୍ରୀଙ୍କ ୧୦୦ ପ୍ରତିଶତ ନିଯୁକ୍ତି ଉପରେ ଗୁରୁତ୍ଵ ଦେଇଥାଏ ଏକ୍ସ-ଜେନ କଲେଜ l ଏହି ଅନୁଷ୍ଠାନ ଓଡିଶାର ସର୍ବୋତ୍ତମ ଆନିମେସନ୍ ପ୍ରତିଷ୍ଠାନ ଭାବରେ ମାନ୍ୟତା ପାଇଛି l ଦୈନିକ ଶିକ୍ଷା ସହିତ ଆନିମେସନ ଓ ଗ୍ରାଫିକ୍ ଜଗତର ଜଣାଶୁଣା ବ୍ୟକ୍ତିତ୍ଵଙ୍କୁ ନେଇ ସେମିନାର ଆୟୋଜନ କରିବା ଠାରୁ ଆରମ୍ଭ କରି ଚିତ୍ରକଳା ପ୍ରଦର୍ଶନୀ , ଛାତ୍ରାବାସ, କ୍ୟାଣ୍ଟିନ୍ ପରି ସମସ୍ତ ଆନୁଷଙ୍ଗିକ ସୁବିଧା ପ୍ରଦାନ କରୁଥିବା ଏହି ଶିକ୍ଷାନୁଷ୍ଠାନ ଥ୍ରୀଡି ଆନିମେସନ୍ ଏବଂ ଫିଲ୍ମ ମେକିଂ, ଗ୍ରାଫିକ୍ ଡିଜାଇନ୍, ଫାଇନ ଆର୍ଟରେ ବିଭିନ୍ନ ପାଠ୍ୟକ୍ରମ ପ୍ରଦାନ କରୁଛି ଯାହା ଗୋଟିଏ ଛାତ୍ରକୁ ବୈଷୟିକ କୌଶଳକୁ ନିଜର ସୃଜନଶୀଳ ସହିତ ଯୋଡି ତାଲିମ ଦେଇଥାଏ ଏବଂ ନିଶ୍ଚିତ କରେ ଯେ ବିଦ୍ୟାର୍ଥୀ ମାନେ ଏକ ପ୍ରତିଯୋଗିତା ମୂଳକ ବଜାରରେ କିପରି ନିଜକୁ ଆଗେଇବାକୁ ପ୍ରସ୍ତୁତ ହେବେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score