ରାଜ୍ୟରେ ଚାଲିଛି ଓଡ଼ିଆ ପକ୍ଷ l ଆଜିର ସପ୍ତମ ଦିବସରେ ଚାଲିଛି ବର୍ଣ୍ଣବୋଧ ଉତ୍ସବ l ଯେଉଁ ବର୍ଣ୍ଣବୋଧ ଆମ ଓଡ଼ିଆ ଭାଷାର ଏନ୍ତୁଡିଶାଳ l ଯେଉଁ ପୁସ୍ତକ କୁ ପଢିଲେ ଆମ ଓଡ଼ିଆ ଶବ୍ଦ, ବାକ୍ଯ ଗଢ଼ିବା ଆମେ ଶିଖିବା ସହିତ ଭାଷା ମୂଳଦୁଆ ମଧ୍ଯ ସୁଦୃଢ କରିଥାଉ l ଆଜି ଏହାର ସ୍ମୃତିଚାରଣ କରାଯାଉଛି ଏହି ବର୍ଣ୍ଣବୋଧ ଉତ୍ସବ ମାଧ୍ୟମରେ l
“ଅ ଆ କ ଖ ଯେ ଲେଖିବା, ମଧୁ ବର୍ଣ୍ଣବୋଧ ଧରି ପଢ଼ିବା ଶିଖିବା ” ଏହାର ମୁଖ୍ୟ ଆଭିମୁଖ୍ୟ ରହିଥିବା ବେଳେ ଏହି ଅବସରରେ ସାରା ରାଜ୍ୟରେ ଆଜି “ବର୍ଣ୍ଣବୋଧ ଉତ୍ସବ” ଆୟୋଜିତ ହେଉଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅଭିଯାନରେ ସାମିଲ ହୋଇ ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |