Explore

Search

June 14, 2025 2:25 am

Genres

ରଥଯାତ୍ରା ପାଇଁ ସ୍ଵତନ୍ତ୍ର ଆର୍ଥିକ ସହାୟତା, ଗୋବର୍ଦ୍ଧନ ପୀଠର ହେବ ସଂରକ୍ଷଣ

ରାଜ୍ୟର ବିଭିନ୍ନ ଜାଗାରେ ହେଉଥିବା ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବ ଆଇନ ବିଭାଗ। ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ପାଇଁ ମିଳିବ ଆର୍ଥିକ ସହାୟତା । ଏନେଇ ଅନେକ ଆବେଦନ ଆସିଛି ଏବଂ ଯେଉଁମାନେ ଆବେଦନ କରିନାହାନ୍ତି ତାଙ୍କ କଥା ବିଚାର କରାଯିବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଅନ୍ୟପକ୍ଷେ ପୁରୀରେ ପୁନଃସ୍ଥାପନ ହେବ ମଠ ବିଜେସ୍ଥଳୀ l ପୁରୀର ଗୋଟିଏ ସ୍ଥାନରେ ନିର୍ମାଣ ହେବ ସବୁ ମଠ l ସେଥିପାଇଁ ପୁରୀରେ ସ୍ଥାନ ଚିହ୍ନଟ କରାଯାଇଛି l ଦେବୋତ୍ତର କମିଶନ,ଜିଲ୍ଲା ପ୍ରଶାସନ ଓ ମଠ ସହ ସରିଛି ଆଲୋଚନା l ସେହିପରି ସୁଦୃଢ଼ ହେବ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା l ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ସୁରକ୍ଷା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ l ମଠର ବିକାଶ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ l ମହୋଦଧି ସନ୍ଧ୍ୟା ଆଳତୀ ସ୍ଥଳ ଆକର୍ଷଣୀୟ ହେବ ଓ ସମସ୍ତ କାର୍ଯ୍ୟ ତୁରନ୍ତ ସମ୍ପନ୍ନ କରାଯିବ ବୋଲି ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score