Explore

Search

May 24, 2025 2:44 am

Genres

ଦୀଘାରେ ଭବ୍ୟ ଜଗନ୍ନାଥ ମନ୍ଦିରର ଉଦଘାଟନ କଲେ ମମତା ବାନାର୍ଜୀ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ସମୁଦ୍ର କୂଳରେ ନୂତନ ଜଗନ୍ନାଥ ମନ୍ଦିର ର ପ୍ରାଣ ଉତ୍ସବ ପୂଜାରେ ଯୋଗଦେଇଥିଲେ l ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଜଗନ୍ନାଥ ମନ୍ଦିର ଭିତରର ଦୃଶ୍ୟ। ମନ୍ଦିରର ଗର୍ଭଗୃହରେ ପୂଜା କରୁଛନ୍ତି ମମତା ବାନାର୍ଜୀ। ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଫଟୋ ସେୟାର କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ l ତେବେ ‘ଦୀଘା ଜଗନ୍ନାଥ ମନ୍ଦିରରେ ସବୁ ଧର୍ମର ଲୋକେ ପୂଜାର୍ଚ୍ଚନା କରିପାରିବେ ବୋଲି ମମତା ପ୍ରତିକ୍ରିୟା ଦେଇଛନ୍ତି l

ବିଶ୍ବ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିରରେ କେବଳ ହିନ୍ଦୁ ଧର୍ମର ଲୋକଙ୍କୁ ପ୍ରବେଶ ଅନୁମତି ମିଳିଥାଏ। କିନ୍ତୁ ଦୀଘା ଜଗନ୍ନାଥ ମନ୍ଦିରରେ ସବୁ ଧର୍ମର ଲୋକଙ୍କୁ ପ୍ରବେଶ ଅନୁମିତି ମିଳିବ। କେବଳ ସେତିକି ନୁହେଁ ଏହି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ଫଳରେ ସ୍ଥାନୀୟ ପର୍ଯ୍ୟଟନ ଓ ଆର୍ଥିକ ପ୍ରଗତି ହେବ ବୋଲି ଆଶା କରାଯାଉଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score