Explore

Search

July 15, 2025 3:03 am

Genres

ଟାହିଆ ହଲାଇ ଆସିଲେ ମହାପ୍ରଭୁ, ରତ୍ନବେଦୀକୁ ବାହୁଡ଼ିବେ ଭାଇଭଉଣୀ

ଆଜି ପବିତ୍ର ବାହୁଡ଼ାଯାତ୍ରା,ଘଣ୍ଟ-ଘଣ୍ଟା ଧ୍ବନିରେ ପ୍ରକମ୍ପିତ ଶରଧାବାଲି ଓ ସୁସଜ୍ଜିତ ହୋଇଛି ତିନି ରଥ। ସରିଲା ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଲୀଳା। ଏବେ ଜନ୍ମ‌ବେଦୀରେ ଲୀଳା ସାରି ରତ୍ନବେଦୀକୁ ଲେଉଟିବାର ବେଳ ଆସିଛି l ଭାଇ ଭଉଣୀକୁ ଆଗରେ ପଠାଇ ଟାହିଆ ହଲାଇ ରଥରେ ଚଢିଲେ ବ୍ରହ୍ମାଣ୍ଡ ଗୋସାଇଁ l

ଚଳନ୍ତି ପ୍ରତିମା ବିଜେ ପରେ ଗଜପତିଙ୍କ ଛେରା ପହଁରା ପରେ ଆରମ୍ଭ ହେବ ରଥଟଣା ନୀତି l ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ପୁରୀରେ ପହଞ୍ଚିସାରିଲେଣି ଭକ୍ତ। ଶୀଘ୍ର ବାହୁଡ଼େଇ ନେବା ପାଇଁ ଆରମ୍ଭ ହେଲାଣି ପ୍ରକ୍ରିୟା l ଏହି ଅବସରରେ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ସୁରକ୍ଷା ଦୃଷ୍ଟିରୁ ୨୦୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି l ୨୧ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଇଥିବା ସହ ଜୁଲାଇ ୮ ଯାଏ ପୁରୀ ବଡ଼ଦାଣ୍ଡ ନୋ ଫ୍ଲାଇଂ ଜୋନ୍‌ ଭାବେ ଘୋଷଣା କରାଯାଇଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score